fbpx

ପତିଙ୍କ ସହିତ ପରିବାରର ୫ ଜଣଙ୍କ ଜୀବନ ନେଲା ବୈଜ୍ଞାନିକ ବୋହୁ, ୨୦ ଦିନ ମଧ୍ୟରେ ଭିଆଇଲା ଏପରି ହତ୍ୟାକାଣ୍ଡ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଗଡଚିରୌଲି ଜିଲ୍ଲାରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତ୍ୟୁ ମାମଲାରେ ଚମକାଇ ଦେବା ଭଳି ଖବର ସାମ୍ନାକୁ ଆସିଛି । ଏହି ମାମଲାରେ ହତ୍ୟାକାରୀ ହେଉଛି ପରିବାରର ବୈଜ୍ଞାନିକ ବୋହୂ । ପୋଲିସର ପଚରାଉଚୁରା ସମୟରେ ଏହି ମହିଳା ସ୍ୱୀକାର କରିଛି କି ସେ ସ୍ୱାମୀଙ୍କ ସହିତ ପରିବାରର ୫ ଜଣଙ୍କୁ ବିଷ ଦେଇ ହତ୍ୟା କରିଛି । ୨୨ ବର୍ଷୀୟା କୃଷି ବୈଜ୍ଞାନିକ ସଂଘମିତ୍ରା ବିଷାକ୍ତ ପଦାର୍ଥ ‘ଥାଲିୟମ୍‌’ ଖାଦ୍ୟରେ ମିଶାଇ ପତି ସହିତ ୫ ଜଣଙ୍କୁ ହତ୍ୟା କରିଛି । କାହାକୁ ଯେପରି ତା ଉପରେ ସନ୍ଦେହ ହେବ ନାହିଁ ସେଥିପାଇଁ ସେ ସମସ୍ତଙ୍କୁ ଗୋଟିଏ ଦିନରେ ହତ୍ୟା ନ କରି ଅଲଗା ଅଲଗା ଦିନରେ ହତ୍ୟା କରିଛି ।

ଏହି ହତ୍ୟାକାଣ୍ଡରେ ସଂଘମିତ୍ରା ନିଜର ଜଣେ ସଂପର୍କୀୟ ରୋଜା ରାମଟେକଙ୍କ ବି ସହାୟତା ନେଇଛି । ପୋଲିସକୁ ସଂଘମିତ୍ରା କହିଛି ଯେ, ତାର ବୈବାହିକ ଜୀବନ ଠିକଠାକ୍ ଚାଲି ନ ଥିଲା । ତାର ପତି ଓ ଶ୍ୱଶୁର ଘର ଲୋକେ ତାକୁ ନିର୍ଯ୍ୟାତନା ଦେଉଥିଲେ । ଏହାକୁ ନେଇ ସେ ଚିନ୍ତାରେ ରହୁଥିଲା । ଏହି ସମସ୍ୟା କାରଣରୁ ତାର ପିତା ବି ଚିନ୍ତାରେ ରହୁଥିଲେ ଓ ସେ ଦିନେ ଆତ୍ମହତ୍ୟା କରିଦେଲେ । ଏହାପରେ ସଂଘମିତ୍ରାଙ୍କର ରାଗ ବଢିଯାଇଥିଲା । ସେ ପିତାଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଏପରି କରିଛିି ବୋଲି କହିଛି ।

ସେ ବହୁଦିନ ପର୍ଯ୍ୟନ୍ତ ଥାଲିୟମ ବିଷ ଉପରେ ରିସର୍ଚ୍ଚ କରିବା ପରେ ସମସ୍ତଙ୍କୁ ଖାଦ୍ୟରେ ଏହି ବିଷ ଦେଇ ମାରିବାକୁ ନିଷ୍ପତ୍ତି ନେଇଥିଲା । ବଜାରରୁ ଏହି ବିଷ କିଣି ସେ ୨୦ ଦିନରେ ୫ ଜଣଙ୍କୁ ହତ୍ୟା କରିଥିଲେ । ମୃତକଙ୍କ ଶବର ଯାଞ୍ଚ ପରେ ଜଣାପଡିଥିଲା କି ସେମାନଙ୍କ ଶରୀରରେ ବିଷ ଥିଲା । ୨୦ ସେପ୍ଟେମ୍ବରରରୁ ୧୦ ଅକ୍ଟୋବର ମଧ୍ୟରେ ସଂଘମିତ୍ରା ରୋଜା ସହ ମିଶି ସମସ୍ତଙ୍କୁ ହତ୍ୟା କରିଥିଲା । ଏହି ମାମଲାର ଅଧିକ ଯାଞ୍ଚ ଲାଗି ମହାରାଷ୍ଟ୍ର ପୋଲିସ ୪ ଗୋଟି ଟିମ୍ ଗଠନ କରିଛି ।

Get real time updates directly on you device, subscribe now.