fbpx

ପାବର୍ଣ ଋତୁରେ ନୂଆ ରେକର୍ଡ କରିବ ସୁନା ଦର : ଜାଣନ୍ତୁ କେତେ ରହିଛି ଆଜିର ମୂଲ୍ୟ

ଭୁବନେଶ୍ୱର : ଇସ୍ରାଏଲ ଓ ହମାସ୍ ମଧ୍ୟରେ ଯୁଦ୍ଧ ଯୋଗୁଁ ସୁନାର ମୂଲ୍ୟରେ ନିଆଁ ଲାଗୁଛି । ଗୋଟିଏ ପଟେ ଭାରତରେ ପାର୍ବଣ ଋତୁ ଚାଲିଛି । ଅନ୍ୟପଟେ ଦୀପାବଳିରେ ସମସ୍ତେ ସୁନା ଓ ରୂପା କିଣୁଛନ୍ତି । ଏଭଳି ପରିସ୍ଥିତିରେ ସୁନା ଦର ବୃଦ୍ଧି ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଯାଇଛି … ସୁନା ଦର ଦିନକୁ ଦିନ ବଢ଼ିବାରେ ଲାଗିଛି, ତେଣୁ ସୁନା ବଜାର ଖୁବ୍ ଶୀଘ୍ର ଏକ ନୂଆ ରେକର୍ଡ ସୃଷ୍ଟି କରିପାରେ ବୋଲି କୁହାଯାଉଛି । ତେବେ ସୁନା କିଣିବା ପାଇଁ ଲୋକଙ୍କ ମନରେ ଆଗ୍ରହ ଥିବା ସତ୍ତ୍ୱେ, ସେମାନେ ସୁନା କିଣିବା ପାଇଁ ଏବେ ପଛଘୁଞ୍ଚା ଦେଉଛନ୍ତି ।

ଆଜି ସୁନା ଓ ରୂପାର ଦର ସାମାନ୍ୟ ବୃଦ୍ଧି ପାଇଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୫, ୭୦୦ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୬୦,୭୬୦ଟଙ୍କା ହୋଇଛି । ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ବି ଆଜି ୨୨କ୍ୟାରେଟ ସୁନାର ମୂଲ୍ୟ ୫୫, ୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ୬୦,୭୬୦ଟଙ୍କା ରହିଛି । ସେହିଭଳି ଦେଶର ପ୍ରମୁଖ ସହର ମାନଙ୍କରେ ମଧ୍ୟ ସୁନାର ମୂଲ୍ୟ ବୃଦ୍ଧି ପାଇଛି । ତେବେ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୫୫,୮୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ୬୦,୯୩୦ଟଙ୍କା ହୋଇଥିବାର ରେକର୍ଡ କରାଯାଇଛି ।

ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ବି ୨୨ କ୍ୟାରେଟ ସୁନାର ମୂଲ୍ୟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ଯଥାକ୍ରମେ ୫୫,୭୦୦ ଟଙ୍କା ଓ ୬୦,୭୫୦ ଟଙ୍କା ରହିଛି । ଭାରତର ପ୍ରମୁଖ ସହର ମୁମ୍ବାଇରେ ବି ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ୫୫,୭୦୦ ଟଙ୍କା ଓ ୬୦,୭୬୦ ଟଙ୍କା ଥିବାର ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହାର ଦର ଯଥାକ୍ରମେ ୫୫,୮୫୦ ଟଙ୍କା ଓ ୬୦,୯୧୦ ଟଙ୍କା ଥିବାର ଆକଳନ କରାଯାଇଛି । ସୁନା ଭଳି ରୁପାର ମୂଲ୍ୟ ବି ୧ କିଲୋଗ୍ରାମ ପ୍ରତି ୭୪,୧୦୦ ଟଙ୍କା ରହିଥିବା ନେଇ ରେକର୍ଡ କରାଯାଇଛି ।

 

Get real time updates directly on you device, subscribe now.