fbpx

ବଢ଼ିବ I-PHONE ମୂଲ୍ୟ; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ମାସରୁ ବଢିଯିବ ଆଇଫୋନ-୧୩ର ମୂଲ୍ୟ । ଆସନ୍ତା ମାସରେ ଆଇଫୋନ ୧୩ ସିରିଜ ଫୋନ ଲଞ୍ଚ ହେବାକୁ ଯାଉଛି । ଏହି ଫୋନ ଲଞ୍ଚ ପୂର୍ବରୁ ଏହାର ମୂଲ୍ୟ ବୃଦ୍ଧି ହେବ ବୋଲି କୁହାଯାଇଛି । ଆସନ୍ତା ଦିନରେ ଚିପ୍ ସର୍ଟେଜ ଦେଖାଦେବ ସେଥିପାଇଁ ଏହି ମୂଲ୍ୟବୃଦ୍ଧି କରାଯାଇଛି ବୋଲି କୁହାଯାଉଛି ।

ଡିଜିଟାଇମସରେ ପ୍ରକାଶିତ ସୂଚନା ଅନୁଯାୟୀ ତାଇୱାନ କମ୍ପାନୀ ଟିଏସଏମସି ଆପଲକୁ ଚିପ୍ ରପ୍ତାନୀ କରିଥାଏ । ଏସଓସି ଚିପ୍ ପ୍ରଦାନ କରୁଥିବା ଏହି କମ୍ପାନୀ ପକ୍ଷରୁ ଏହାର ଚିପ ମୂଲ୍ୟରେ ୨୦ ପ୍ରତିଶତ ଅଭିବୃଦ୍ଧି କରାଯାଇଛି । ଏହି କାରଣରୁ ଆପଲ ମଧ୍ୟ ନିଜର ଫୋନର ମୂଲ୍ୟ ବୃଦ୍ଧି କରିବ । ଚିପ କମ୍ପାନୀ ପକ୍ଷରୁ କରାଯାଇଥିବା ମୂଲ୍ୟ ବୃଦ୍ଧି ଆସନ୍ତା ଜାନୁୟାରୀ ୨୦୨୨ରୁ ଲାଗୁ ହେବ । ତେବେ ଭବିଷ୍ୟତରେ ଦେଖା ଦେବାକୁ ଥିବା ଚିପ୍ ସର୍ଟେଜ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି ଆପଲ । ଟିସିଏମସିର ସବୁଠାରୁ ବଡ ଗ୍ରାହକ ହେଉଛି ଆପଲ । ଏହାର ୨୦ ପ୍ରତିଶତରୁ ଅଧିକ ଚିପ୍ ଆପଲ ହିଁ କିଣିଥାଏ । ଏହା ସହିତ ଆସନ୍ତା ମାସରେ ଲଞ୍ଚ ହେବାକୁ ଥିବା ଆଇଫୋନ-୧୩ ର ମୂଲ୍ୟ ୩ରୁ ୫ ପ୍ରତିଶତ ବଢିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.