fbpx
BJD SKY
BJD SKY

ଆଇପିଏଲ୍ ୨୦୨୧: ସାଉଥ୍ ଡର୍ବିକୁ ଜିତିଲା ସୁପର କିଙ୍ଗସ୍

BJD

ନୂଆଦିଲ୍ଲୀ: ଦୁବାଇରେ ଆଇପିଏଲର ୪୪ତମ ମ୍ୟାଚରେ ଏକ ସାଉଥ୍ ଡର୍ବିକୁ ୬ୱିକେଟରେ ଜିତିନେଇଛି ଚେନ୍ନାଇ ସୁପର କିଙ୍ଗସ୍ । ଦୁଇ ଦକ୍ଷିଣ ଭାରତୀୟ ଦଳ ଚେନ୍ନାଇ ସୁପର କିଙ୍ଗସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ଚେନ୍ନାଇ ସମ୍ମୁଖରେ ୧୩୫ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥବା ବେଳେ ଅନ୍ତିମ ଓଭରରେ ବିଜୟୀ ହୋଇଥିଲା ସିଏସକେ । ସିଏସକେ ପକ୍ଷରୁ ଋତୁରାଜ ଗାଏକ୍ୱାଡ ସର୍ବାଧିକ ୪୫ ରନ କରିଥିବା ବେଳେ ଫାଫ ଡୁ ପ୍ଲେସିସ ୪୧ ରନ କରିଥିଲେ । ଦୁଇ ଓପ୍ନର ପ୍ରଥମ ୱିକେଟରେ ୭୫ ରନ ଯୋଡି ବିଜୟ ସୁଗମ କରି ଦେଇଥିଲେ । ଜାସନ ହୋଲ୍ଡର ୩ଟି ଏବଂ ରଶିଦ ଖାନ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।
ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ପକ୍ଷରୁ ରିଦ୍ଧିମାନ ସାହା ସର୍ବାଧିକ ୪୪ ରନ ସଂଗ୍ରହ କରିଥିଲେ । ମଧ୍ୟକ୍ରମଭରେ ଅଭିଷେକ ଶର୍ମା ଓ ଅବଦୁଲ ସମାଦ ପ୍ରତ୍ୟେକ ୧୮ ରନ ଲେଖାଏଁ ସଂଘର୍ଷ କରିଥିଲେ । ଶେଷ ଆଡକୁ ରଶିଦ ଖାନଙ୍କ ୧୭ ରନ ସହାୟତାରେ ହାଇଦ୍ରାବାଦ ୭ ୱିକେଟ ହରାଇ ୧୩୪ ରନ କରିଥିଲା । ଜୋଶ ହେଜେଲଉଡ୍ ୨୪ ରନ ବ୍ୟୟରେ ୩ଟି ୱିକେଟ ନେଇଥିଲେ । ବ୍ରାଭୋ ୨ଟି ୱିକେଟ ନେଇଥିବା ବେଳେ ଶାର୍ଦ୍ଦୁଲ ଠାକୁର ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.