fbpx

ଆଇପିଏଲ ୨୦୨୧: ପ୍ରଥମ ଥର ଷ୍ଟାଡିୟମରେ ଲାଗିଲା ୧୦୦ କ୍ୟାମେରା, ଦର୍ଶକଙ୍କୁ ପ୍ରତି ଏଙ୍ଗଲରୁ ଦେଖିବାକୁ ମିଳିଲା ଚୌକା-ଛକା

ନୂଆଦିଲ୍ଲୀ : ଆଇପିଏଲ ୨୦୨୧ରେ ରବିବାର ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ପ୍ରଥମ କ୍ୱାଲିଫାୟର ମ୍ୟାଚ୍ ଖେଳା ଯାଇଛି । ଶେଷ ଓଭରରେ ମହେନ୍ଦ୍ର ସିଂହ ଧୋନୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ସିଏସକେ ୪ ୱିକେଟରେ ଦିଲ୍ଲୀକୁ ହରାଇ ନବମ ଥର ଫାଇନାଲରେ ପ୍ରବେଶ କରିଛି । ଧୋନୀ ୬ ବଲରୁ ୧୮ ରନ କରିଥିଲେ । ଏହି ମ୍ୟାଚର ସବୁଠୁ ବଡ ଖାସ୍ କଥା ଦର୍ଶକଙ୍କୁ ମଇଦାନରେ ପ୍ରତିକୋଣରୁ ପ୍ରତି ସଟର ୩୬୦ ଡିଗ୍ରୀ ଚିତ୍ର ଦେଖିବାକୁ ମିଳିଛି । ପ୍ରଥମ ଥର ଷ୍ଟାଡିୟମରେ ୧୦୦ରୁ ଅଧିକ କ୍ୟାମେରା ଲଗା ଯାଇଛି । ଏହି ସବୁ କ୍ୟାମେରା ୪କେ ରେକର୍ଡିଂ ଅର୍ଥାତ ୩୬୦ ଡିଗ୍ରୀରେ ପ୍ରତି ସଟର ଫଟୋ ଏବଂ ଭିଡିଓ ନେଉଥିଲେ । ଏହା ଜରିଆରେ ଦର୍ଶକଙ୍କୁ ଉଚ୍ଚକୋଟିର କ୍ରିକେଟ୍ ଦେଖିବାକୁ ମିଳିଛି ।

 

ଦିଲ୍ଲୀ ଓ ଚେନ୍ନାଇ ମଧ୍ୟରେ ହୋଇଥିବା ଏହି ମୁକାବିଲାରେ ପୃଥ୍ୱୀ ଶ ଜବରଦସ୍ତ ଫର୍ମର ନଜର ଆସିଥିଲେ । ସେ ୬୦ ରନର ଦମଦାର ଇନିଂସ ଖେଳିଛନ୍ତି । ଏଥିରେ ୭ ଚୌକା ଓ ୩ ଛକା ସାମିଲ୍ । ମ୍ୟାଚ୍ ମଝିରେ ଶଙ୍କ ଛକାକୁ ୩୬୦ ଡିଗ୍ରୀ ଭିଜନ ଜରିଆରେ ପ୍ରସାରଣ କରାଯାଇଥିଲା । କ୍ରିକେଟ୍ ଇତିହାସରେ ପ୍ରଥମ ଥର ଦର୍ଶକଙ୍କୁ ପ୍ରତିଟି କୋଣ ଏବଂ ଏଙ୍ଗଲରୁ ସଟ୍୍ ଦେଖିବାର ସୁଯୋଗ ମିଳିଛି । ଏହା ଦର୍ଶକଙ୍କ ପାଇଁ କ୍ରିକେଟ୍ ଦେଖିବାରେ ଏକ ନୂତନତ୍ୱ ଆଣି ଦେଇଛି ।

Get real time updates directly on you device, subscribe now.