fbpx

IPL-୨୦୨୨: ଜାଣନ୍ତୁ କେଉଁ ଖେଳାଳି କେତେ ଟଙ୍କା ପାଇବେ, ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୫ତମ ମେଗା ସିଜିନର ନିଲାମ ପୂର୍ବରୁ ପ୍ରତ୍ୟେକ ଟିମ୍ ପକ୍ଷରୁ ରିଟେନ କରାଯାଇଥିବା ଖେଳାଳିଙ୍କ ରେଟ୍ ଓ ଲିଷ୍ଟ୍ ଘୋଷଣା କରାଯାଇଛି । ତେବେ ରବୀନ୍ଦ୍ର ଜାଡେଜା ଚେନ୍ନାଇ ସୁପର କିଙ୍ଗସର ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଥିବା ବେଳେ ମହେନ୍ଦ୍ର ସିଂହ ଧୋନୀ ଏ କ୍ଷେତ୍ରରେ ପଛରେ ପଡ଼ିଯାଇଛନ୍ତି । ୮ଟି ଟିମ୍ ସେମାନଙ୍କର ରିଟେନ ଖେଳାଳିଙ୍କର ତାଲିକା ପ୍ରକାଶ କରିଥିବା ବେଳେ ଅନେକ ବଡ଼ ଖେଳାଳିଙ୍କ ପତ୍ତା କଟିଥିବା ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ପଞ୍ଜାବ କେଏଲ ରାହୁଲଙ୍କ ସ୍ଥାନରେ ମୟଙ୍ଗ ଅଗ୍ରୱାଲଙ୍କୁ ୧୨ କୋଟିରେ ରିଟେନ କରିଛି । ମୟଙ୍କ ଆଗାମୀ ଦିନରେ ଦଳର ଦାୟିତ୍ୱ ସମ୍ଭାଳି ପାରନ୍ତି । ହାଇଦ୍ରାବାଦ ଡେଭିଡ ୱାର୍ଣ୍ଣରଙ୍କୁ ରିଟେନ ନ କରିବାକୁ ନିଷ୍ପତ୍ତି ନେଇଛି । ରାଜସ୍ଥାନ ପକ୍ଷରୁ ସଞ୍ଜୁ ସାମସନ ଓ ଇଂଲଣ୍ଡର କିପର ଜୋଶ ବଟଲରଙ୍କୁ ରିଟେନ କରିଛି । ଶୁବମନ ଗିଲ ଓ ନିତୀଶ ରାଣାଙ୍କୁ କୋଲକାତା ନିଲାମୀ ପ୍ରକିୟାରେ କିଣିବାର ସମ୍ଭାବନା ରହିଛି । ଆସନ୍ତା ଆଇପିଏଲରେ ଖେଳାଳିଙ୍କ ଉପରେ ନୋଟ୍ ବର୍ଷା ହେବାର ସମ୍ଭାବନା ରହିଛି ।

୮ଟି ଟିମର ରିଟେନ ଖେଳାଳିଙ୍କ ତାଲିକା ଓ ସେମାନଙ୍କର ରେଟ୍:

Get real time updates directly on you device, subscribe now.