fbpx

ଆଜି କୋଣାର୍କ ଉତ୍ସବ: ଝଲସିବ ମୁକ୍ତାକାଶ ରଙ୍ଗମଞ୍ଚ, ଚନ୍ଦ୍ରଭାଗା ବେଳାଭୂମିରେ ଦେଖିବାକୁ ମିଳିବ ଅନ୍ତର୍ଜାତୀୟ ବାଲୁକା କଳା

କୋଣାର୍କ (ଭାସ୍କର ନ୍ୟୁଜ): ଆଜିଠୁ ଆରମ୍ଭ ୩୨ତମ କୋଣାର୍କ ଉତ୍ସବ । ପର୍ଯ୍ୟଟନ ବିଭାଗ, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ସଂଗୀତ ନାଟକ ଏକାଡେମୀ ପକ୍ଷରୁ ମୁକ୍ତାକାଶ ରଂଗମଂଚରେ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ ଓ ଚନ୍ଦ୍ରଭାଗା ସ୍ୱର୍ଣାଭ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଦେଖିବାକୁ ମିଳିବ ।

ଚଳିତ ବର୍ଷ କୋଭିଡ ଗାଇଡଲାଇନ ଅନୁଯାୟୀ କୋଣାର୍କ ଉତ୍ସବ ପାଳନ କରାଯିବ। ଏଥିପାଇଁ  ବାଳୁକା କଳା ପ୍ରବେଶ ପଥରେ ଓ ମୁକ୍ତାକାଶ ରଂଗମଂଚ ମୁଖ୍ୟ ଦ୍ୱାରରେ ସାନିଟାଇଜର ବ୍ୟବସ୍ଥା ହୋଇଛି । ମୁକ୍ତାକାଶ ରଂଗମଂଚ ଭିତରକୁ ଦୈନିକ ୬୦୦ ଦର୍ଶକଙ୍କୁ ଅନୁମତି ମିଳିବ । ରଂଗମଂଚରେ ପ୍ରତି ସଂଧ୍ୟାରେ ଓଡିଶୀ, ସତ୍ରୀୟା, କୁଚିପୁଡି, ଭାରତନାଟ୍ୟମ, ମୋହିନୀଆଟ୍ଟମ ଓ କଥକ ନୃତ୍ୟ ପ୍ରଦର୍ଶନ ସହିତ ଚନ୍ଦ୍ରଭାଗା ବେଳାଭୂମିରେ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଲୁକା କଳା ପ୍ରଦର୍ଶନୀ ଖୋଲା ରହିବ । ବେଳାଭୂମିରେ ୩୦ଷ୍ଟଲରେ ବିଭିନ୍ନ ରାଜ୍ୟରୁ ୬୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଚନ୍ଦ୍ରଭାଗା ମେଳା ପଡ଼ିଆରେ ଯାନବାହନ ପାର୍କିଂ ବ୍ୟବସ୍ଥା ହୋଇଛି। ରଙ୍ଗମଞ୍ଚଳରେ ପ୍ରତି ସନ୍ଧ୍ୟା ୬ଟାରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ବିଭିନ୍ନ ନୃତ୍ୟ ପ୍ରଦର୍ଶିତ ହେବ । ଚନ୍ଦ୍ରଭାଗା ବେଳାଭୂମିରେ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଲୁକା କଳା ପ୍ରଦର୍ଶନୀ ଖୋଲା ରହିବ ।

 

Get real time updates directly on you device, subscribe now.