fbpx
BJD SKY
BJD SKY

କାହିଁକି ପାଳନ କରାଯାଏ ବିଶ୍ୱ ଏଡସ୍ ଦିବସ? ଜାଣନ୍ତୁ ଲକ୍ଷଣ ଓ କାରଣ

BJD

ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡସ୍ ଦିବସ ଭାବେ ପାଳନ କରାଯାଏ । ଏଚଆଇଭି ସଂକ୍ରମଣ କାରଣରୁ ହେଉଥିବା ରୋଗ ସମ୍ପର୍କରେ ବିଶ୍ୱ ସ୍ତରରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଦିବସକୁ ପାଳନ କରାଯାଏ । କାରଣ ଏଡସ୍ ହେଉଛି ବର୍ତ୍ତମାନ ସମୟର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ସମସ୍ୟା । ୟୁନିସେଫ୍ ର ରିପୋର୍ଟ ମୁତାବକ ୩୭.୯ ମିଲିୟନ୍ ଲୋକ ଏଚଆଇଭି ସଂକ୍ରମଣର ଶିକାର ହୋଇଛନ୍ତି । ବିଶ୍ୱରେ ପ୍ରତିଦିନ ୯୮୦ ଜଣ ପିଲା ଏଚଆଇଭି ଭାଇରସ୍ ଦ୍ୱାରା ସଂକ୍ରମିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୩୨୦ ଜଣଙ୍କର ମୃତ୍ୟୁ ହୋଇଯାଏ । ୧୯୮୬ ମସିହାରେ ଭାରତରେ ପ୍ରଥମ ଏଚଆଇଭି ସଂକ୍ରମଣ ହୋଇଥିଲା । ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଆକଳନ ଅନୁସାରେ, ଭାରତରେ ଏଚଆଇଭି ରୋଗୀଙ୍କ ସଂଖ୍ୟା ପାଖାପାଖି ୨.୧ ଲକ୍ଷ ।

ବିଶ୍ୱ ଏଡସ୍ ଦିବସ ସର୍ବପ୍ରଥମେ ୧୯୮୭ ମସିହା ଅଗଷ୍ଟ ମାସରେ ଜେମ୍ସ ଡବ୍ଲୁ ବୁନ୍ ଏବଂ ଥମାସ୍ ନେଟର୍ ନାମରେ ଦୁଇଜଣ ବ୍ୟକ୍ତି ଆରମ୍ଭ କରିଥିଲେ । ସେ ସମୟରେ ଏହି ଦୁଇ ଜଣ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ଏଡସ୍ ର ଗ୍ଲୋବାଲ୍ କାର୍ଯ୍ୟକ୍ରମ ନିମେନ୍ତ ଜିନେଭା ଓ ସ୍ୱଜରଲ୍ୟାଣ୍ଡରେ ନିଯୁକ୍ତ ଥିଲେ । ତେବେ ଏଡସ୍ ହେବାର ମୁଖ୍ୟ କାରଣ ହେଲା ବିନା ସୁରକ୍ଷା ସହିତ ଯୌନ ସମ୍ବନ୍ଧ ରଖିବା, ସଂକ୍ରମିତଙ୍କ ରକ୍ତ ଶରୀରରେ ଛାଡ଼ିବା, ଏଚଆଇଭି ପୀଡ଼ିତା ମହିଳାଙ୍କ ଛୁଆ ଠାରେ, ଥରେ ବ୍ୟବହାର ହୋଇଥିବା ଛୁଞ୍ଚିକୁ ପୁଣିଥରେ ଅନ୍ୟ ଜଣଙ୍କ ଠାରେ ବ୍ୟବହାର କରିବା ଇତ୍ୟାଦି ।

ଏଚଆଇଭିର ଲକ୍ଷଣ:

ଏଚଆଇଭିର ଲକ୍ଷଣ ମାନ ହେଲା; ଜ୍ୱର ହେବା, ଝାଲ ବାହାରିବା, ଥଣ୍ଡା ଲାଗିବା, ଥକ୍କାପଣ, ଭୋକ କମ୍ ଲାଗିବା, ଓଜନ କମିବା, ବାନ୍ତି ଆସିବା, ଗଳାରେ ଦରଜ ଅନୁଭବ ହେବା, କାଶ ହେବା, ନିଶ୍ୱାସ ନେବାର ସମସ୍ୟା ଦେଖାଦେବା, ଚର୍ମରୋଗ ଇତ୍ୟାଦି ।

Get real time updates directly on you device, subscribe now.