fbpx

ଘୁଞ୍ଚିଲା ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା, ଜାନୁଆରୀ ୫ରୁ ଆରମ୍ଭ ହେବ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଘୁଞ୍ଚିଲା ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା । ଆସନ୍ତା ଜାନୁଆରି ୫ ତାରିଖରୁ ସମେଟିଭ୍‌ – ୧ ପରୀକ୍ଷା ଆରମ୍ଭ ହେବ । ପୂର୍ବରୁ ଡିସେମ୍ବର ୨୭ରେ ପରୀକ୍ଷା ହେବାକୁ ଥିଲା । ଜାନୁଆରୀ ୫ ରୁ ୮ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ବୋଲି ଜଣାଯାଇଛି । ବୋର୍ଡ ଉପ ସଭାପତି ନିହାର ରଞ୍ଜନ ମହାନ୍ତି ଏହି ସୂଚନା ଦେଇଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ଉପସଭାପତି ନିହାରରଞ୍ଜନ ମହାନ୍ତିଙ୍କ ସୂଚନା ଅନୁଯାୟୀ, ପରୀକ୍ଷା ପାଇଁ ଡାଟାବେସ୍‌ ପ୍ରସ୍ତୁତି ଚାଲିଛି । ଏଥିପାଇଁ ଫର୍ମ ଫିଲ-ଅପ୍‌ ମଧ୍ୟ ସରିଛି । ୫ ଲକ୍ଷ ୭୦ ହଜାର ପରୀକ୍ଷାର୍ଥୀ ସମେଟିଭ ୧ ପରୀକ୍ଷା ଦେବେ ବୋଲି ଜଣାଯାଇଛି । ଏଣେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ସମୟସୀମା ବୃଦ୍ଧି କରାଯାଇଛି । ଯେଉଁ ଛାତ୍ରମାନେ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଆଡମିସନ ନେଇପାରିବେ ନାହିଁ, ସେମାନେ ଡିସେମ୍ବର ୩ ରୁ ୭ ତାରିଖ ମଧ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା କାର୍ଯ୍ୟାଳୟରେ ଅଫଲାଇନ୍‌ ପଞ୍ଜୀକରଣ କରିାରିବେ ।

Get real time updates directly on you device, subscribe now.