fbpx

କଳାପାହାଡ ଘାଟିରେ ପୃଥକ ପୃଥକ ସଡ଼କ ଦୁର୍ଘଟଣା, ୩ ଗୁରୁତର

ଯୋଡା (ଭାସ୍କର ନ୍ୟୁଜ): ୫୨୦ ନଂ ଜାତୀୟ ରାଜପଥର କଳାପାହାଡ ଘାଟିଟି ତୃଟିପୂର୍ଣ୍ଣ ରାଜପଥ ନିର୍ମାଣ ଯୋଗୁଁ ମୃତ୍ୟୁ ଯନ୍ତା ପାଲଟିଛି । ବାରମ୍ବାର ଏହି ସ୍ଥାନରେ ଦୁର୍ଘଟଣା ଘଟି ଧନଜୀବନ କ୍ଷୟ ହେଉଥିବା ବେଳେ ଗୋଟିଏ ଦିନରେ ଏଠାରେ ଏକକାଳୀନ ତିନୋଟି ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଗୋଟିଏ ଘଟଣାରେ ଚାଳକ, ସହଚାଳକଙ୍କ ସମେତ ଅନ୍ୟ ଜଣେ ବ୍ୟକ୍ତିର ଅବସ୍ଥା ସଙ୍କଟାପୂର୍ଣ୍ଣ ଥିବା ଜଣାପଡିଛି ।  ସକାଳେ ଏକ ତେଲ ଟ୍ୟାଙ୍କର କୋଇଡାରେ ତେଲ ଖାଲି କରି ପାରାଦ୍ୱୀପ ଫେରୁଥିବା ସମୟରେ ଆଉ ଏକ ଟ୍ରକ ସହିତ ଧକ୍କା ହେବାରୁ ଖାଲି ଟ୍ୟାଙ୍କରଟି ପ୍ରାୟ ୫୦ ଫୁଟ ଖାଲ ସୁନା ନଦୀ ଗର୍ଭକୁ ଓଲଟି ପଡିଥିଲା । ଫଳରେ ଏହାର ଚାଳକ କଟକର ବାପିନା ନାଏକ, ସହଚାଳକ କାର୍ତ୍ତିକ ସାହୁ ଓ ଅନ୍ୟ ଜଣେ କୋଇଡା ଅଞ୍ଚଳର ବ୍ୟକ୍ତି (ଯାହାଙ୍କ ପରିଚୟ ମିଳିପାରିନାହିଁ) ଏହି ଦୁର୍ଘଟଣାର ଗୁରୁତର ହୋଇଯାଇଥିବା ଦେଖିବାକୁ ମିଳିଛି । ଫଳରେ ତୁରନ୍ତ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ଯୋଡାସ୍ଥିତ କମାରଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ସେମାନଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଏହି ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଏଥିରେ କେହି ଜୀବିତ ଥିବେ ବୋଲି ବିଶ୍ୱାସ କରାଯାଉନଥିଲା । ପରେ ସେମାନଙ୍କୁ ଟ୍ୟାଙ୍କର ଭିତରୁ ଉଦ୍ଧାର କରାଯାଇଥିଲା । ସେମାନଙ୍କର ଗୋଡ ଭାଙ୍ଗିଯିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।

ଖବର ଲେଖାଯିବା ପର୍ଯ୍ୟନ୍ତ ସହଚାଳକଙ୍କର ଚେତା ଫେରିନଥିବା ଜଣାପଡିଛି । ତେବେ ଚାଳକଙ୍କ କହିବା ଅନୁଯାୟୀ ଅପରପଟୁ ଆସୁଥିବା ଅନ୍ୟ ଏକ ହାଇୱା ଟ୍ରକ ତାଙ୍କୁ ଧକ୍କା ଦେଇ ଚାଲିଯିବାରୁ ସେ ଭାରସାମ୍ୟ ହରାଇ ନଦୀ ଗର୍ଭକୁ ଖସିପଡିଥିଲେ ବୋଲି ସୂଚନା ଦେଇଛନ୍ତି । ସେହିପରି ଅନ୍ୟ ଏକ ଘଟଣାରେ ଆଉ ଏକ ହାଇୱା କିଛି ଦୂରରେ ନଦୀ ଗର୍ଭକୁ ଖସି ଡିଥିବା ବେଳେ ଅଧାବାଟରେ ଅଟକି ରହିଥିବା ଦେଖିବାକୁ ମିଳିଛି । ତେବେ ଘଟଣା ସ୍ଥଳରୁ ଚାଳକ ଚମ୍ପଟ ମାରିଛି। ଏହାର ଆଉ କିଛି ଦୂରରେ ସେହିପ ରି ଏକ ୧୨ ଚକିଆ ଟ୍ରକ ଭାରସାମ୍ୟ ହରାଇ ତଲକ ହାଟିଂ ନିକଟରେ ଖସି ପଡିଛି । ତାର ଆଗ ଚକା ଦୁଇଟି ସମ୍ପୂର୍ଣ୍ଣ ଉପରକୁ ଉଠିଯାଇଥିବା ବେଳେ କେବଳ ପଛ ଚକାରେ ସମ୍ପୂର୍ଣ୍ଣ ଟ୍ରକଟି ଅଟକି ରହିଥିବା ଦେଖିବାକୁ ମିଳିଛି । ତେବେ ବାରମ୍ବାର ଏହି ସ୍ଥାନଟିରେ ପୂର୍ବରୁ ଦୁର୍ଘଟଣା ଘଟି ଆସୁଥିବା ବେଳେ ତୃଟିପୂର୍ଣ୍ଣ ସଡକ ନିର୍ମାଣ ଏହାର ମୁଖ୍ୟ କାରଣ ବୋଲି ସାଧାରଣରେ ଆଲୋଚନା ହେଉଛି । କଳାପାହାଡ ଠାରେ ରେଳପଥ ତଳ ଦେଇ ଏହି ରାଜପଥଟି ଆସିଥିବା ବେଳେ ଏହାର ଠିକ୍‌ ପରେ ପରେ ଘାଟିଟି ପଡୁଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା କୁହାଯାଉଛି । ତେଣୁ ଏଠାରେ ସୌର ଚାଳିତ ସଙ୍କେତ ବ୍ୟବସ୍ଥା କରିବା ପାଇଁ ବୁଦ୍ଧୀଜୀବୀ ମହଲରେ ଦାବି ହେଉଛି ।

Get real time updates directly on you device, subscribe now.