fbpx

ନୌସେନା ମୁଖ୍ୟଭାବେ ଦାୟିତ୍ୱ ଗ୍ରହଣ କଲେ ଆଡମିରାଲ୍‌ ଆର୍‌. ହରି କୁମାର

ନୂଆଦିଲ୍ଲୀ : ଇଣ୍ଟିଗ୍ରେଟେଡ୍‌ ଥିଏଟର କମାଣ୍ଡର ଆଡଭୋକେଟ୍‌ ଭାବେ ପରିଚିତ ଆଡମିରାଲ୍‌ ଆର. ହରି କୁମାର ଭାରତୀୟ ନୌସେନାର ନୂତନ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଡମିରାଲ କରମ୍‌ବିର ସିଂଙ୍କ ଅବସର ପରେ ଆଡମିରାଲ୍‌ ଆର. ହରି କୁମାର ଏହି ଗୁରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଭାରତୀୟ ନୌସେନାରେ କରମବିର ସିଂ ୪୧ ବର୍ଷ ଧରି ସମ୍ମାନଜକ ପଦପଦବୀରେ ସେବା ଯୋଗାଇ ଅବ୍ୟାହତି ନେଇଛନ୍ତି । ତେବେ ଆର. ହରି କୁମାର ହେଉଛନ୍ତି ଖଡ଼କୱାସଲାରେ ଅବସ୍ଥିତ ନ୍ୟାଶନାଲ ଡିଫେନ୍ସ ଏକାଡେମର ପୁରାତନ ଛାତ୍ର । ଏହି ମର୍ଯ୍ୟାଦାଜନକ ପଦବିରେ ଅବସ୍ଥାପିତ ପରେ ସେ କହିଛନ୍ତି ଯେ, ଏହି ପଦ ତାଙ୍କ ପାଇଁ ବେଶ ଗର୍ବର ବିଷୟ । ଜାତୀୟ ସାମୁଦ୍ରିକ ସୁରକ୍ଷା ପାଇଁ ଭାରତୀୟ ନୌସେନା ବେଶ ତତ୍ପର ବୋଲି ସେ କହିଛନ୍ତି । ଏହି ଦାୟିତ୍ୱ ଗ୍ରହଣ ବେଳେ ଦିଲ୍ଲୀରେ ସାଉଥ ବ୍ଲକରେ ତାଙ୍କୁ ଗାର୍ଡ଼ ଅଫ ଅନର ଦେଇ ସ୍ୱାଗତ କରାଯାଇଥିଲା । ୧୯୮୩ ଜାନୁଆରୀ ୧ରେ ତାଙ୍କୁ ଭାରତୀୟ ନୌସେନାରେ ନିଯୁକ୍ତି ମିଳିଥିଲା । ୩୮ ବର୍ଷ କ୍ୟାରିଅରରେ ଆର. ହରି କୁମାର ଅନେକ କୋଷ୍ଟ ଗାର୍ଡ଼ ସି୍‌, ନିଶାଙ୍କ ଜାହାଜ, କୋରା ରଣଭୀର ଏବଂ ଏୟାର କ୍ରାଫ୍ଟ ବହନକାରୀ ଆଇଏନ୍‌ଏସ୍‌ ଭିରାଟର କମାମାଣ୍ଡି ଦାୟିତ୍ୱ ତୁଲାଇଛନ୍ତି ।

ସେହିପରି ଜଣେ ଗନେରି ବିଶେଷଜ୍ଞ ଭାବେ ଆର ହରିକୁମାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀ ତଥା ଫ୍ଲିଟ୍‌ ଅପରେଶନ ଅଫିସର, ୱେଷ୍ଟର୍ଣ୍ଣ ଫ୍ଲିଟ୍‌ର ଫ୍ଲିଟ୍‌ ଗନେରି ଅଫିସର ଭାବେ ସଫଳତାର ସହ ଦାୟିତ୍ୱ ନିଭାଇଛନ୍ତି । ସେହିରି ଫ୍ଲାଗ ଅଫିସର ଭାବେ ସେ ଗୋଆରେ ଥିବା ନାଭାଲ ୱାର କଲେଜର କମାଣ୍ଡାଣ୍ଟ ଦାୟିତ୍ୱ ମଧ୍ୟ ସେ ସଫଳତା ପୂର୍ବକ ତୁଲାଇ ସାରିଛନ୍ତି ।

Get real time updates directly on you device, subscribe now.