fbpx

ଭଦ୍ରକରେ ୨ ଅପରାଧୀଙ୍କୁ ଏନକାଉଣ୍ଟର୍

ବରପଦା(ଓଡ଼ିଶା ଭାସ୍କର): ଭଦ୍ରକର ବରପଦା ନିକଟରେ ୨ ଅପରାଧୀଙ୍କୁ ଏନକାଉଣ୍ଟର୍ କରାଯାଇଛି । ୨ ଅପରାଧୀଙ୍କୁ ଏନକାଉଣ୍ଟର ପରେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିି କରାଯାଇଛି । ଦୁହେଁ ଚରମ୍ପା ଏଟିଏମରୁ ୨୯ ଲକ୍ଷ ଲୁଟ୍ ଘଟଣାରେ ସଂଶ୍ଲିଷ୍ଟ ଥିବା ସୂଚନା ମିଳିଛି । ଜଣେ ସୋରର ପ୍ରହଲ୍ଲାଦ ଦାସ ଓ ନୀଳଗିରିର ସୁଶାନ୍ତ ମଲ୍ଲିକ ହୋଇଥିବା ପୋଲିସ୍ ସୁତ୍ରରୁ ଜଣାପଡ଼ିଛି । ଏଟିଏମ୍ ଲୁଟ୍ ଘଟଣାରେ ପୋଲିସ୍ ର ଚଢ଼ାଉ ବେଳେ ମୁହାଁମୁହିଁ ହୋଇଥିଲା ଓ ଏହି ସମୟରେ ଏନକାଉଣ୍ଟର୍ ହୋଇଛି । ତେବେ ଏହି ମୁହାଁମୁହିଁ ମଧ୍ୟରେ ପୋଲିସ୍ ୪ ଜଣ ଅପରାଧୀଙ୍କୁ ଧରିଛି । ସେମାନଙ୍କ ଠାରୁ ମ୍ୟାଗଜିନ୍, ବନ୍ଧୁକ ଓ ଖଣ୍ଡା ଇତ୍ୟାଦି ଜବତ କରିଛି ପୋଲିସ୍ ।

Get real time updates directly on you device, subscribe now.