fbpx

ଘୋଷଣା ହେଲା IPL -୨୦୨୨ର SCHEDULE : ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ପୂର୍ବ ସିଜନର ଦୁଇ ଫାଇନାଲିଷ୍ଟ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୨ ସିଜନ ପାଇଁ ଘୋଷଣା ହୋଇଛି ଖେଳସୂଚୀ । ମାର୍ଚ୍ଚ ୨୬ ତାରିଖରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଥିବା ବେଳେ ମେ ୨୯ରେ ଖେଳାଯିବ ଏହାର ଫାଇନାଲ ମ୍ୟାଚ । ତେବେ IPL ୧୫ତମ ସଂସ୍କରଣର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଗତ ବର୍ଷର ଦୁଇ ଫାଇନାଲିଷ୍ଟ, ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ନାଇଟ ରାଇଡର୍ସ । ଗତ ସିଜନର ଚମ୍ପିଆନ ତଥା ସର୍ବଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଭେଟିବେ କୋଲକାତାର ନୂଆ ଅଧିନାୟକ ଭାର ଗ୍ରହଣ କରୁଥିବା ଶ୍ରେୟସ ଅୟର । ନୂଆ ନିୟମ ଅନୁସାରେ ଲିଗ ରାଉଣ୍ଡର ୭୦ଟି ମୁକାବିଲା ମୁମ୍ବାଇ ଏବଂ ପୁଣେରେ ଖେଳାଯିବ । ତେବେ ପ୍ରଥମ ମ୍ୟାଚ ୨୬ ତାରିଖ ସନ୍ଧ୍ୟା ୭.୩୦ରେ ୱାଖେଡେ ଷ୍ଟାଡିୟମରେ ଖେଳାଯିବାର ସୂଚୀ ରହିଛି ।

IPL ୨୦୨୨ରେ ୮ ପରିବର୍ତ୍ତେ ଟୁର୍ଣ୍ଣାମେଣ୍ଟରେ ୧୦ଟି ଟିମ ଭାଗ ନେଉଛନ୍ତି । ଗତ ସିଜନର ୮ଟି ଟିମ ସହତ ଗୁଜୁରାଟ ଟାଇଟନ୍ସ ଏବଂ ଲକ୍ଷେ୍ନø ସୁପର ଜିଆଣ୍ଟସ ଭାବେ ଦୁଇ ନୂଆ ଟିମ ସହିତ ଯୋଡି ହେବାକୁ ଯାଉଛନ୍ତି । ୨୭ ମାର୍ଚ୍ଚ ରବିବାର ୨ଟି ମୁକାବିଲା ରହିଛି । ପ୍ରଥମ ମ୍ୟାଚ ମୁମ୍ବାଇ ଏବଂ ଦିଲ୍ଳୀ ମଧ୍ୟରେ ବ୍ରେବୋର୍ଣ୍ଣ ଷ୍ଟାଡିୟମରେ ଅପରାହ୍ନ ୩.୩୦ରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ ସନ୍ଧ୍ୟା ୭.୩୦ରେ ଡି.ଆଇ ପାଟିଲ ଷ୍ଟାଡିୟମରେ ମୁହାଁମୁହିଁ ହେବେ ପଞ୍ଜାବ ଏବଂ ବାଙ୍ଗାଲୋର । ତେବେ ଚଳିତ ବର୍ଷ ମୋଟ ୧୨ଟି ଡବଲ ହେଡର ମ୍ୟାଚ ଖେଳାଯିବ । ଏବେ ସୁଦ୍ଧା ମୁମ୍ବାଇ ସର୍ବାଧିକ ୫ ଥର ଚମ୍ପିଆନ ହୋଇଥିବା ବେଳେ ୪ ଥର ଟାଇଟଲ ହାସଲ କରିଛି ଚେନ୍ନାଇ ସୁପର କିଙ୍ଗସ ।

ସୂଚୀ ଅନୁସାରେ, ମାର୍ଚ୍ଚ ୨୮ ତାରିଖରେ ଦୁଇ ନୂଆ ଟିମ ଲକ୍ଷେ୍ନø ଏବଂ ଗୁଜୁରାଟ ପରସ୍ପର ମଧ୍ୟରେ ପ୍ରଥମ ମ୍ୟାଚ ଖେଳିବେ । ଲକ୍ଷେ୍ନø ଟିମର ଅଧିନାୟକ କେ.ଏଲ ରାହୁଲ ଥିବା ବେଳେ ଗୁଜୁରାଟର ନେତୃତ୍ୱ ନେବେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ପଞ୍ଜାବ କିଙ୍ଗସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ୱାନଖେଡେ ଷ୍ଟାଡିୟମରେ ମାର୍ଚ୍ଚ ୨୨ରେ ଖେଳାଯିବ ଲିଗ ଷ୍ଟେଜର ଶେଷ ମ୍ୟାଚ ।

Get real time updates directly on you device, subscribe now.