fbpx

ଆଇପିଏଲ-୨୦୨୨: ଆଇପିଏଲ ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମରେ ୪୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି

ନୂଆଦିଲ୍ଲୀ: ଚଳିତ ବର୍ଷର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ଆସନ୍ତା ମାର୍ଚ୍ଚ ମାସ ୨୬ ତାରିଖରେ ଆରମ୍ଭ ହୋଇ ମେ ୨୯ ତାରିଖ ଦିନ ଶେଷ ହେବ ବୋଲି ଗତକାଲି ଅନୁଷ୍ଠିତ ବିସିସିଆଇ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ମାର୍ଚ୍ଚ ୨୭ ତାରିଖରେ ଆଇପିଏଲ ଆରମ୍ଭ ହେବ ବୋଲି ପୂର୍ବରୁ ବିଚାର ବିମର୍ଷ କରାଯାଇଥିଲା । ମାତ୍ର ଆଇପିଏଲ ମ୍ୟାଚ ପ୍ରସାରଣ ଦାୟିତ୍ୱ ନେଇଥିବା ଷ୍ଟାର ଚାନେଲ ୨୬ ତାରିଖରୁ ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେବା ପରେ ମାର୍ଚ୍ଚ ଏହା ଗ୍ରହଣ କରାଯାଇଛି ।

ଚଳିତ ବର୍ଷ ଦୁଇ ନୂଆ ଫ୍ରାଞ୍ଚାଇଜ ଲକ୍ଷ୍ନୌ  ଓ ଅହମଦାବାଦ ସାମିଲ ହେବା ଫଳରେ ଚଳିତ ବର୍ଷ ଆଇପିଏଲରେ ମୋଟ ୭୪ ମ୍ୟାଚ ଅନୁଷ୍ଠିତ ହେବ । ଏଥିମଧ୍ୟରୁ ୭୦ ମ୍ୟାଚ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ, ବ୍ରାବୋର୍ଣ୍ଣ ଷ୍ଟାଡିୟମ , ନଭି ମୁମ୍ବାଇର ଡି ୱାଇ ପଟେଲ ଓ ପୁଣେ ସ୍ଥିତ ଗାହୁଞ୍ଜେ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ସେହିପରି ଆଇପିଏଲର ପ୍ଳେ ଅଫ୍‌ ମ୍ୟାଚ କେଉଁଠାରେ ଅନୁଷ୍ଠିତ ହେବ ତାହା ଏ ପର୍ଯ୍ୟନ୍ତ ସ୍ଥିର କରା ଯାଇନାହିଁ । ମାତ୍ର ମେ ୨୯ ତାରିଖ ଦିନ ଗୁଜରାଟର ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଆୟୋଜନ ପାଇଁ ବିଚାର ବିମର୍ଷ ଚାଲିଛି । ତେବେ ଷ୍ଟାଡିୟମରେ ବସି ଆଇପିଏଲ ଉପଭୋଗ ପାଇଁ କ୍ରିକେଟ ପ୍ରେମୀଙ୍କର ଅଧିକ ଚାହିଦା ଥିବାରୁ ପ୍ରଥମ ପର୍ଯ୍ୟାୟରେ ୪୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦେବା ପାଇଁ ନିଷ୍ପତ୍ତି ହୋଇଛି । ପରବର୍ତ୍ତୀ ସମୟରେ କରୋନା ସ୍ଥିତିରେ ସୁଧାର ଆସିଲେ ଅଧିକ ସଂଖ୍ୟକ ଦର୍ଶକଙ୍କୁ ସୁଯୋଗ ମିଳିବା ନେଇ ବିଚାର ବିମର୍ଷ ଚାଲିଛି ।

Get real time updates directly on you device, subscribe now.