fbpx

ଗୁଜରାଟ ଟାଇଟାନ୍ସକୁ ଲାଗିଲା ବଡ଼ ଝଟକା, ଆଇପିଏଲ ୨୦୨୩ରୁ ବାଦ ପଡିଲେ କେନ୍ ୱିଲିୟମସନ

ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧିନ ଗୁଜୁରାଟ ଟାଇଟାନ୍ସକୁ ଲାଗିଛି ବଡ ଝଟକା। ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୩ ସିଜନ ଆରମ୍ଭରୁ ହିଁ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଆଣ୍ଠୁରେ ଆଘାତ ହେତୁ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମସନ ପୁରା ସିଜିନରୁ ବାଦ ପଡିଛନ୍ତି। ଗୁଜୁରାଟ ଫ୍ରାଞ୍ଚାଇଜ୍ ୨୦୨୩ ମିନି ନିଲାମରେ ୱିଲିୟମସନଙ୍କୁ ୨ କୋଟି ଟଙ୍କା ଟେଣ୍ଡର କରି କିଣିଥିଲା। ଗତକାଲି ଆଇପିଏଲ ର ୧୬ ତମ ସଂସ୍କରଣ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ସହିତ ଆରମ୍ଭ ହୋଇଥିଲା। ଉଦଘାଟନୀ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମୁହାଁମୁହିଁ ହୋଇଥିଲେ। ଏହି ମୁକାବିଲାରେ ହଳରତ ଚେନ୍ନାଇକୁ ୫ ୱିକେଟରେ ହରାଇଥିଲା।

ତେବେ ଏହି ମ୍ୟାଚ ସମୟରେ ଏକ ଛକ୍କା ଅଟକାଇବାକୁ ଯାଇ ୱିଲିୟମସନଙ୍କୁ ଆଣ୍ଠୁରେ ଆଘାତ ଲାଗିଥିଲା। ଚେନ୍ନାଇ ଇନିଂସର ୧୩ ତମ ଓଭରରେ ଚେନ୍ନାଇର କ୍ରିଜରେ ରୁତୁରାଜ ଗାଇକୱାଡ ଉପସ୍ଥିତ ଥିଲେ। ସେ ବୋଲର ଜୋଶୁଆ ଲିଟିଲଙ୍କ ମିଡୱିକେଟ୍ ଆଡକୁ ଏକ ଚମତ୍କାର ସଟ୍ ମାରିଥିଲେ। ଏହି ସଟ୍ ଦେଖି ଲାଗୁଥିଲା ଯେ ବଲ୍ ବାଉଣ୍ଡ୍ରି ବାହାରେ ଯାଉଛି, କିନ୍ତୁ ସେହି ସମୟରେ ଫିଲ୍ଡିଂ କରୁଥିବା କେନ୍ ୱିଲିୟମ୍ସନ୍ ଜମ୍ପ କରି ବଲକୁ ଅଟକାଇବାକୁ ଚେଷ୍ଟା କରୁଥିଲେ।

ସେ ଏହା କରିବାରେ ମଧ୍ୟ ସଫଳ ହୋଇଥିଲେ, କିନ୍ତୁ ଏହି ସମୟ ମଧ୍ୟରେ ସେ ଭାରସାମ୍ୟ ହରାଇ ବାଉଣ୍ଡ୍ରି ବାହାରେ ପଡିଯାଇଥିଲେ। ଏଭଳି ପରିସ୍ଥିତିରେ ସେ ବଲକୁ ପଡିଆ ଭିତରକୁ ଫିଙ୍ଗି ଦେଇଥିଲେ, କିନ୍ତୁ ତଳେ ପଡ଼ିଯିବା ପରେ ସେ ନିଜକୁ ସମ୍ଭାଳି ପାରିନଥିଲେ। ଏହି ସମୟରେ, ତାଙ୍କ ପାଦକୁ ପଡିଆରେ ପଡିବା ପରେ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା ​​ଏବଂ ସେ ବାଉଣ୍ଡ୍ରି ବାହାରେ ଶୋଇପଡି ଯନ୍ତ୍ରଣାରେ ଛଟପଟ ହେଉଥିଲେ।

Get real time updates directly on you device, subscribe now.