fbpx

ଫାଇନାଲ ମ୍ୟାଚ୍‌ରେ ଟସ୍ ଜିତିଲା ଚେନ୍ନାଇ ସୁପର କିଙ୍ଗସ୍‌: ପ୍ରଥମେ କରିବ ବୋଲିଂ, ଜାଣନ୍ତୁ ଉଭୟ ଦଳର ପ୍ଲେଇଂ ୧୧

ଅହମଦାବାଦ: ଚେନ୍ନାଇ ସୁପର କିଙ୍ଗସ୍‌(ସିଏସ୍‌କେ) ଅଧିନାୟକ ଧୋନି ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ପ୍ରଥମେ ବୋଲିଂ କରିବାକୁ ଚାହୁଁଥିଲେ । କିନ୍ତୁ ବର୍ତ୍ତମାନ ଗୁଜୁରାଟକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡିବ । ସିଏସ୍‌କେ ଦଳରେ କୌଣସି ପରିବର୍ତ୍ତନ ନାହିଁ । ଗୁଜୁରାଟ ମଧ୍ୟ ଫାଇନାଲ ମ୍ୟାଚ୍ ପାଇଁ ଦଳରେ କୌଣସି ପରିବର୍ତ୍ତନ କରିନାହିଁ ।

ତେବେ ଆଜି ସଂପୂର୍ଣ୍ଣ ମ୍ୟାଚ୍ ହେବ ଏବଂ ଆଇପିଏଲ୍ ଚାମ୍ପିଅନ୍ ମିଳିବ ବୋଲି ଆଶା କରାଯାଉଛି। ଚେନ୍ନାଇ ଏପର୍ଯ୍ୟନ୍ତ ୪ ଥର ଆଇପିଏଲ୍ ଟାଇଟଲ୍ ଜିତିଛି, ଅନ୍ୟପକ୍ଷରେ ଗୁଜୁରାଟ ଥରେ ଟାଇଟଲ୍ ଜିତିବାରେ ସଫଳତା ପାଇଛି। ଆଜି ଯଦି ଗୁଜୁରାଟ ଦଳ ଟାଇଟଲ ଜିତିବାରେ ସଫଳ ହୁଏ, ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ଇତିହାସରେ କେବଳ ତୃତୀୟ ଅଧିନାୟକ ହେବେ, ଯିଏ କ୍ରମାଗତ ୨ ସିଜନରେ ତାଙ୍କ ଦଳ ପାଇଁ ଟାଇଟଲ ଜିତିବେ। ଅନ୍ୟପକ୍ଷରେ, ଯଦି ଧୋନି ଆଜିର ମ୍ୟାଚ୍‌ରେ ଟାଇଟଲ୍ ଜିତିବାରେ ସଫଳ ହୁଅନ୍ତି, ତେବେ ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଚମ ଥର ପାଇଁ ଟାଇଟଲ୍ ଜିତିବ। ଏକମାତ୍ର ଦଳ ଭାବେ ମୁମ୍ବାଇ ଏପର୍ଯ୍ୟନ୍ତ ୫ ଥର ଆଇପିଏଲ ଟାଇଟଲ ଜିତିବାରେ ସଫଳ ହୋଇଛି।

Get real time updates directly on you device, subscribe now.