fbpx

ଘର ଅଗଣାରେ ସ୍ୱାମୀର ଶବ ସତ୍କାର କଲେ ମହିଳା… କାରଣ ଅତ୍ୟନ୍ତ ଲଜ୍ଜାଜନକ

ନୂଆଦିଲ୍ଲୀ : ଜଣେ ମହିଳା ନିଜ ଘରେ ସ୍ୱାମୀଙ୍କ ମୃତଦେହକୁ ସତ୍କାର କରିଛନ୍ତି । ତେବେ ଏଭଳି ଘଟାଇବା ପଛରେ କ’ଣ ରହିଛି କାରଣ ତାହା ସମସ୍ତଙ୍କୁ ଚକିତ କରିଛି । ମିଳିଥିବା ସୂଚନା ଅନୁଯାୟୀ ମହିଳାଙ୍କ ଘରୁ ଧୂଆଁ ବାହାରିଥିଲା । ସ୍ଥାନୀୟ ଲୋକ ଦେଖିଲା ପରେ ତାଙ୍କ ଘରକୁ ଆସିଥିଲେ । ପରେ ଜାଣିବାକୁ ପାଇଥିଲେ ଯେ ମହିଳା ଜଣଙ୍କ ଘରେ ନିଜ ସ୍ୱାମୀଙ୍କ ଶବସତ୍କାର କରୁଛନ୍ତି । ଏନେଇ ପୋଲିସକୁ ସୂଚନା ଦିଆଯାଇଥିଲା, ପୋଲିସ ପହଞ୍ଚିଲା ପରେ ପ୍ରକୃତ ସତ ସାମ୍ନାକୁ ଆସିଥିଲା ।

ମହିଳା ଜଣଙ୍କ ଚାଞ୍ଚଲ୍ୟକର ବୟାନ ଦେଇଥିଲେ । ସେ କହିଥିଲେ ଯେ ତାଙ୍କର ଏଭଳି କରିବା ପଛର କାରଣ ହେଉଛି ଦୁଇ ପୁଅ । ମହିଳାଙ୍କ କହିବା ଅନୁଯାୟୀ ତାଙ୍କ ଦୁଇ ପୁଅ ବାପାଙ୍କ ମୃତ୍ୟୁ ଖବର ଜାଣିଲା ପରେ ବହୁତ ବଡ ସମସ୍ୟା ସୃଷ୍ଟି କରିବେ । ସମ୍ପତ୍ତି ଉପରେ ଅଧିକାର ସାବ୍ୟସ୍ତ କରିବା ସହ ପରସ୍ପର ମଧ୍ୟରେ ଲଢିବେ । ତେଣୁ ସେମାନଙ୍କୁ ଲୁଚାଇବାକୁ ଯାଇ ସ୍ୱାମୀର ଶବକୁ ଘରେ ଜାଳି ଦେଇଥିଲେ । ଆନ୍ଧ୍ର ପ୍ରଦେଶ କୁର୍ନୁଲରେ ଘଟିଛି ଏହି ଘଟଣା ।

ସୋମବାର ଏହି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଲା ପରେ ମହିଳା ଜଣକ ପୋଲିସକୁ କହିଛନ୍ତି ଯେ ତାଙ୍କ ଦୁଇ ପୁଅ ସେମାନଙ୍କ କଥା ବୁଝାସୁଝା କରୁନାହଁନ୍ତି । ଗୋଟିଏ ପୁଅ ସହରରେ ମେଡିସିନ ଦୋକାନ କରିଥିବାବେଳେ ଅନ୍ୟ ଜଣେ କାନାଡାରେ ରହୁଛି । ବାପା ବଞ୍ଚିଥିବା ବେଳେ ସେମାନେ ବାପାଙ୍କୁ ପଚାରୁନଥିଲେ କେବଳ ସମ୍ପତ୍ତି ଲୋଭରେ ସେମାନେ ଘରକୁ ଆସୁଥିଲେ । ସେମାନେ ଯଦି ଜାଣିଥାନ୍ତେ ବାପାଙ୍କ ମୃତ୍ୟୁ ହୋଇଛି ତାହାଲେ ସମ୍ପତ୍ତି ପଇଁ ଲଢେଇ କରିଥାନ୍ତେ । ତେଣୁ ସମ୍ପର୍କୀୟମାନଙ୍କୁ ନ ଜଣାଇ ଘରେ ଶବଦାହ କରିବାର ନିଷ୍ପତ୍ତି ନେଇଥିଲି ବୋଲି ମହିଳା ଜଣଙ୍କ ପୋଲିସକୁ ବୟାନ ଦେଇଛନ୍ତି । ପୋଲିସ ମହିଳାଙ୍କୁ ପଚରାଉଚରା କରୁଛି। ସେ ସନ୍ଦେହ କରୁଛନ୍ତି ଯେ ତାଙ୍କ ମାନସିକ ସ୍ଥିତି ଠିକ୍ ନୁହେଁ। ପୋଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.