fbpx
BSKY
BJD MC SKY
BJD YOUTH SKY

ଓଡିଶାର ପ୍ରଥମ ଘଟଣା ; ଫୋନ୍ ପେ ରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ସରକାରୀ ବାବୁ ଓ ବାବୁଆଣୀ

ଭୁବନେଶ୍ୱର : ଫୋନ୍ ପେ ରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଦୁଇ ଜଣ ସରକାରୀ ବାବୁ ଓ ବାବୁଆଣୀ । ଭାବିଥିଲେ କେହି ଜାଣି ପାରିବେନ, ଲୁଚିଛପି ପଇସା ହଜମ କରିଦେବେ । ହେଲେ ସେଭଳି ହେଲା ନାହିଁ । ଭିଜିଲାନ୍ସ ହାତରେ ଧରାପଡିଗଲେ । ଉଭୟଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି । ଯାହା ଓଡିଶାର ପ୍ରଥମ ଘଟଣା ବୋଲି କୁହାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରର ଜଣେ ବ୍ୟକ୍ତି ନିଜ ନୂଆ ବାସଭବନକୁ ବିଦ୍ୟୁତ୍ ସଂଯୋଗ ନେବା ପାଇଁ ନୂଆପଲ୍ଲୀ ସ୍ଥିତି ବିଦ୍ୟୁତ୍ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଉପସ୍ଥିତ ଥିବା ଦୁଇ ଜଣ ବାବୁ ଓ ବାବୁଆଣୀଙ୍କୁ ସଜେ ଯେମିତି ଶିକାର ମିଳିଯାଇଥିଲା । ଭୁବନେଶ୍ୱର ନୟାପଲ୍ଲୀର ବିଦ୍ୟୁତ୍ ବିଭାଗର କର୍ମଚାରୀ ଶୈଳଯା ମୁଦୁଲି ଏବଂ ତରୁଣ ରଞ୍ଜନ ନାୟକ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । କେବଳ ସେତିକି ନୁହେଁ ଫେନ୍ ପେ ବା ଡିଜିଟାଲ ମାଧ୍ୟମରେ ଲାଞ୍ଚ ଟଙ୍କା ଦେବାକୁ କହିଥିଲେ । କିଛି ଉପାୟ ନ ପାଇ ବ୍ୟକ୍ତି ଜଣଙ୍କ ଫୋନ୍ ପେ ମାଧ୍ୟମରେ ଲାଞ୍ଚ ଟଙ୍କା ପାଠାଇଥିଲେ ସତ ହେଲେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇ ସାହାଯ୍ୟ ମାଗିଥିଲେ ।

ଲାଞ୍ଚ ଟଙ୍କା ପଠାଇବା ପରେ ଭିଜିଲାନ୍ସ ଅଧିକାରୀ ସଂମ୍ପୃକ୍ତ ଦୁଇ ଜଣଙ୍କ ଉପରେ ଚଢଉ କରିଥିଲେ । ଛାନ୍‌ଭିନ୍ କରିବା ପରେ ପ୍ରକୃତ ସତ ସାମ୍ନାକୁ ଆସିଥିଲା । ସେମାନଙ୍କୁ ଟଙ୍କା ଟ୍ରାନ୍ସପର ହୋଇଥିବା ନେଇ ସ୍ପଷ୍ଟ ହୋଇଥିଲା । ସେମାନେ ପୂର୍ବରୁ ଏଭଳି ଅନେକ ଶିକାର କରିଥିବା ଜଣାପଡିଛି । ଅନେକ ଲୋକଙ୍କ ଠାରୁ ଲାଞ୍ଚ ନେଇଥିବା ସ୍ପଷ୍ଟ ହୋଇଛି । ଏହି ମାମଲାରେ ଭିଜିଲାନ୍ସ ଉଭୟଙ୍କୁ ପଚରାଉଚରା କହିବା ସହ ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Get real time updates directly on you device, subscribe now.