fbpx

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆରମ୍ଭ ହେଲା ଆଇପିଏଲ୍ ୨୦୨୩: ଧମାକାଦାର ପ୍ରଦର୍ଶନରେ ଦର୍ଶକଙ୍କୁ ଝୁମଣାଇଲେ ଅରିଜିତ-ରଶ୍ମିକା-ତମନ୍ନା

ଅହମ୍ମଦାବାଦ: ଚେନ୍ନାଇ-ଗୁଜୁରାଟ ମ୍ୟାଚ୍ ପୂର୍ବରୁ ଉଦଘାଟନୀ ସମାରୋହ ଆୟୋଜିତ ହୋଇଯାଇଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆୟୋଜିତ ରଙ୍ଗାରଙ୍ଗ ଉଦଘାଟନୀ ସମାରୋହରେ ପ୍ରାୟ ଏକ ଲକ୍ଷ ଦର୍ଶକ ଅଂଶଗ୍ରହଣ କରିଥିଲେ। ଉଦଘାଟନୀ ସମାରୋହରେ ଅରିଜିତ ସିଂ, ରଶ୍ମିକା ମନ୍ଦନା, ତମନ୍ନା ଭାଟିଆଙ୍କ ଭଳି ତାରକା ଧମାଲ କରିଥିଲେ।

ମ୍ୟାଚ୍ ପୂର୍ବରୁ ଅରିଜିତ ସିଂ ସିଂ ପ୍ରଶଂସକମାନଙ୍କୁ ତାଙ୍କ ସ୍ୱରରେ ପ୍ରାୟ ୩୫ ମିନିଟ୍ ପର୍ଯ୍ୟନ୍ତ ମନ୍ତ୍ରମୁଗ୍ଧ କରିଥିଲେ। ଏହା ପରେ ଅଭିନେତ୍ରୀ ତମନ୍ନା ଭାଟିଆ ଏବଂ ରଶ୍ମିକା ମନ୍ଦନାଙ୍କ ଅଭିନୟ ପ୍ରଶଂସକଙ୍କ ହୃଦୟ ଜିତିଥିଲା। ଇଭେଣ୍ଟ ଶେଷରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏବଂ ଗୁଜରାଟ ଟାଇଟାନ୍ସ ଅଧିନାୟକ ମଧ୍ୟ ମଞ୍ଚରେ ପହଞ୍ଚିଥିଲେ ଏବଂ ଏହି ସମୟରେ ବିସିସିଆଇ ସଭାପତି ରୋଜର ବିନି ଏବଂ ଜୟ ଶାହା ମଞ୍ଚରେ ଉପସ୍ଥିତ ଥିଲେ।

ପ୍ରାୟ ୪ ବର୍ଷର ବ୍ୟବଧାନ ପରେ, ବିସିସିଆଇ ଆଇପିଏଲର ଉଦଘାଟନୀ ସମାରୋହ ଆୟୋଜନ କରିବାରେ ସଫଳ ହୋଇଛି। ଶେଷ ଥର ପାଇଁ ପ୍ରଶଂସକମାନେ ଟୁର୍ନାମେଣ୍ଟର ଉଦଘାଟନୀ ସମାରୋହକୁ ୨୦୧୮ରେ ଉପଭୋଗ କରିଥିଲେ

Get real time updates directly on you device, subscribe now.