fbpx

ନୂଆ ଆଇପିଏଲ ଫ୍ରାଞ୍ଚାଇଜ୍‌ ପାଇଁ ବିସିସିଆଇ ପକ୍ଷରୁ ବ୍ଲୁ ଫ୍ରିଣ୍ଟ ପ୍ରସ୍ତୁତ, ଅଗଷ୍ଟ ମଧ୍ୟ ଭାଗରେ ସରିବ ଟେଣ୍ଡର ଡକ୍ୟୁମେଣ୍ଟ ପ୍ରକିୟା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଦୁଇ ନୂଆ ଫ୍ରାଞ୍ଚାଇଜ୍‌ ସାମିଲ ହେବା ପ୍ରକ୍ରିୟା ଚାଲିଥିବା ବେଳେ ବିସିସିଆଇ ପକ୍ଷରୁ ସ୍ୱତନ୍ତ୍ର ନକ୍‌ସା ପ୍ରସ୍ତୁତ କରା ଯାଇଛି । ଏଥିରେ ଖେଳାଳି ନିଲାମ ,ଖେଳାଳିଙ୍କ ପାରିଶ୍ରମିକ ବାବଦରେ ନିର୍ଦ୍ଦଷ୍ଟ ପରିମାଣ ପୁଞ୍ଜି ବିନିଯୋଗ ଓ ମିଡିଆ ଅଧିକାର ପ୍ରସଙ୍ଗ ରହିଛି । ଏହି ସବୁ କାର୍ଯ୍ୟ ୨୦୨୧ ଅଗଷ୍ଟରୁ ୨୦୨୨ ଜାନୁୟାରୀ ମାସ ମଧ୍ୟରେ ସମାପ୍ତ କରାଯିବ । ତେଣୁ ଅଗଷ୍ଟ ମଧ୍ୟ ଭାଗରେ ଟେଣ୍ଡର ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯିବା ପରେ କେଉଁ ସଂପୃକ୍ତ ସଂସ୍ଥା ନୂଆ ଫ୍ରାଞ୍ଚାଇଜ ଭାବେ ଆଇପିଏଲରେ ସାମିଲ ହେବା ପାଇଁ ଆଗ୍ରହୀ ତାହା ସ୍ପଷ୍ଟ ହେବ । ଏହାପରେ ଅକ୍ଟୋବର ମଧ୍ୟ ଭାଗରେ ନୂଆ ଫ୍ରାଞ୍ଚାଇଜକୁ ପରିଚିତ କରାଯିବା କାର୍ଯ୍ୟକ୍ରମ ରହିଛି ।

ସେହିପରି ଡିସେମ୍ବର ମାସରେ ନୂଆ ଓ ପୁରୁଣା ଫ୍ରାଞ୍ଚାଇଜ୍‌ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହେବେ । ଏହାପରେ ୨୦୨୨ ଜାନୁୟାରୀ ମାସରେ ନୂଆ ଫ୍ରାଇଞ୍ଚଜ୍‌ ମିଡିଆ ଅଧିକାର ବିକ୍ରି ସମ୍ପର୍କିତ ଟେଣ୍ଡର କାଗଜ ପତ୍ର ଦାଖଲ କରିବାକୁ ପଡିବ ।

ବିସିସିଆଇ ପକ୍ଷରୁ ମିଳିଥିବା ସୂଚନା ମୁତାବକ କୋଲକାତା ସ୍ଥିତ୍‌ ଆରପି ସଞ୍ଜିବ ଗୋଏଙ୍କା ଗ୍ରୁପ୍ ,ଅହମ୍ମଦାବାଦ ସ୍ଥିତ୍‌ ଆଦାନି ଗ୍ରୁ୍ପ୍ ହାଇଦ୍ରାବାଦ ସ୍ଥିତ୍‌ ଅରୋବିନ୍ଦ ଫାର୍ମା ଲିମିଟେଡ ଓ ଗୁଜରାଟ୍‌ର ଟରେଣ୍ଟ ଗ୍ରପର ପ୍ରମୁଖ ସଂସ୍ଥା ସହିତ ଅନ୍ୟ କେତେକ କର୍ପୋରେଟ୍‌ ଓ କିଛି ପ୍ରାଇଭେଟ୍‌ ଅର୍ଗାନାଇଜେସନ ଆଇପିଏଲର ନୂଆ ଫ୍ରାଞ୍ଚାଇଜ୍‌ ଭାବେ ସାମିଲ ହେବାକୁ ଚାହୁଁଛନ୍ତି । ତେବେ ଟେଣ୍ଟର ଖୋଲାଯିବା ପରେ କେଉଁ ଦୁଇ ନୂଆ ଦଳ ଆଇପିଏଲର ନୂଆ ଫ୍ରାଇଞ୍ଚଜ୍‌ ହେବେ ତାହା ସ୍ପଷ୍ଟ ହେବ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆ ଯାଇଛି ।

ସେହିପରି ପ୍ରତି ଫ୍ରାଞ୍ଚାଇଜ ପାଇଁ ଖେଳାଳିଙ୍କ ଦରମା ପରିମାଣ ୮୫ରୁ ୯୦ କୋଟି ଟଙ୍କାକୁ ବୃଦ୍ଧି କରାଯିବ । ଅନ୍ୟ ପକ୍ଷରେ ମୋଟ ପୁଞ୍ଜି ବିନିଯୋଗର ୭୫% ଫ୍ରାଞ୍ଚାଇଜ୍‌ ମାନେ ବ୍ୟୟ କରିବାକୁ ପଡିବ । ଏହା ସହିତ ପରବର୍ତ୍ତୀ ତିନି ବର୍ଷାଇଁ ମୋଟ ଦରମା ବାବଦ ଅର୍ଥ ପରିମାଣ ୯୦ରୁ ୧୦୦ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ପଡିବ ଏବଂ ୨୦୨୪ ବେଳକୁ ଏହା ୧୦୦ କୋଟି ହେବ ବୋଲି ବିସିସିଆଇ ଆଗୁଆ ସୂଚନା ଦେଇଛି ।

Get real time updates directly on you device, subscribe now.