fbpx

IPL Prize Money: ଚେନ୍ନାଇ ଓ ଗୁଜରାଟ ଟିମ ଏବଂ ସମସ୍ତ ଖେଳାଳିଙ୍କୁ କେତେ ଅର୍ଥ ମିଳିଲା, ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

ନୂଆଦିଲ୍ଲୀ: ପଞ୍ଚମ ଥର ପାଇଁ ଚଳିତ ଆଇପିଏଲ ୨୦୨୩ରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପରକିଙ୍ଗସ (ସିଏସକେ) ଚାମ୍ପିୟନ ହୋଇଛି । ଅନ୍ୟପକ୍ଷରେ ୫ ୱିକେଟରେ ପରାସ୍ତ ହୋଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ (ଜିଟି) ରନର୍ସ ଅପ୍ ହୋଇଛି । ତେବେ ଫାଇନାଲ ପରେ ଘୋଷଣା ହୋଇଛି ପ୍ରାଇଜ୍ ମନି । ବହୁ ଟିମ୍, ଟିମ୍ ମାଲିକ ଓ ଖେଳାଳିମାନେ ରାତାରାତ ମାଲାମାଲ୍ ହୋଇଯାଇଛନ୍ତି ।

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆୟୋଜିତ ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ଗୁଜରାଟ ୨୧୪ ରନ୍ ସଂଗ୍ରହ କରିଥିଲା । ଏହାପରେ ଡକ୍ ୱର୍ଥ ଲୁଇସ୍ (ଡିଏଲଏସ) ନିୟମ ଅନୁସାରେ ଚେନ୍ନାଇକୁ ୧୫ ଓଭରରେ ୧୭୧ ରନର ଟାର୍ଗେଟ୍ ଦିଆଯାଇଥିଲା । ତେବେ ୧୫ ଓଭରରେ ଚେନ୍ନାଇ ୫ ୱିକେଟ ହରାଇ ବିଜୟ ହାସଲ କରିନେଇଥିଲା । ଶେଷ ଦୁଇଟି ବଲରେ ୧୦ ଆବଶ୍ୟକ ହେଉଥିବା ବେଳେ ରବିନ୍ଦ୍ର ଜାଡ଼େଜା ଗୋଟିଏ ଛକା ଓ ଚୌକା ମାରି ଦଳକୁ ଜିତାଇଥିଲେ ।

ଫାଇନାଲ ମ୍ୟାଚର ବିଜେତା ଘୋଷିତ ହେବା ପରେ ପୁରସ୍କାର ଅର୍ଥ ବିତରଣ କରାଯାଇଥିଲା । ବିଭିନ୍ନ ଟିମ୍ ଓ ଖେଳାଳିମାନେ ସେମାନଙ୍କର ଶାନଦାର ପ୍ରଦର୍ଶନର ପୁରସ୍କାର ବାବଦ ଅର୍ଥ ଗ୍ରହଣ କରିଥିଲେ । ଚାମ୍ପିୟନ ଚେନ୍ନାଇକୁ ୨୦ କୋଟି ଟଙ୍କା ମିଳିଥିବା ବେଳେ ରନର୍ସ ଅପ୍ ଗୁଜରାଟକୁ ୧୨.୫୦ କୋଟି ଅର୍ଥ ମିଳିଥିଲା । ଗୁଜରାଟର ଶୁବମନ ଗିଲଙ୍କୁ ଅରେଞ୍ଜ କ୍ୟାପ ମିଳିଥିବା ବେଳେ ଶାମିଙ୍କୁ ପର୍ପଲ କ୍ୟାପ ମିଳିଥିଲା ।

Get real time updates directly on you device, subscribe now.