fbpx
BJD SKY
BJD SKY

ଆଜି ରୋହିତ ଓ ପନ୍ତ ମୁହାଁମୁହିଁ, ମୁମ୍ବାଇ ଇଣ୍ଡିଆନ୍ସକୁ ବିଜୟ ଅତି ଜରୁରୀ

BJD

ନୂଆଦିଲ୍ଲୀ : ଆଇପିଏଲର ୧୪ତମ ସିଜିନର ୪୬ତମ ମ୍ୟାଚ୍ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ଗତ ମ୍ୟାଚରେ ପରାଜିତ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ମାର୍ଗକୁ ଫେରିବାର ଲକ୍ଷ୍ୟ ନେଇ ଆଜି ପଡିଆକୁ ଓହ୍ଲାଇବ । ଅନ୍ୟପଟେ ଖରାପ ଫର୍ମ ଦେଇ ସଂଘର୍ଷ କରୁଥିବା ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଗୋଟିଏ ବିଜୟ ପରେ ନିଜର ଲୟ ଜାରି ରଖିବାକୁ ଚେଷ୍ଟା କରିବ । ଏହି ମ୍ୟାଚ୍ ଭାରତୀୟ ସମୟନୁସାରେ ଅପରାହ୍ନ ୩ଟା ୩୦ରୁ ଆରମ୍ଭ ହେବ । ଏହି ମ୍ୟାଚ୍ ଜିତିବା ମୁମ୍ବାଇ ପାଇଁ ଅତି ଜରୁରୀ । ହାରିଲେ ଦଳ ପ୍ଲେଅଫରେ ପହଞ୍ଚିବାର ଆଶା ମଉଳି ଯାଇପାରେ ।

ପ୍ଲେଅଫରେ ସ୍ଥାନ ସୁନିଶ୍ଚିତ କରି ସାରିଥିବା ଦିଲ୍ଲୀ ୧୧ଟି ମ୍ୟାଚରେ ୧୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଦିଲ୍ଲୀର ପ୍ରୟାସ ଅଙ୍କ ତାଲିକାର ଶୀର୍ଷ ୨ରେ ରହିବା ଉପରେ ରହିବ । ଯଦ୍ୱାରା ଫାଇନାଲରେ ପହଞ୍ଚିବା ପାଇଁ ଦଳକୁ ଦୁଇଟି ସୁଯୋଗ ମିଳିବ । ଅନ୍ୟପଟେ ମୁମ୍ବାଇ ୟୁଏଇରେ କ୍ରମାଗତ ତିନୋଟି ପରାଜୟ ପରେ ଗତ ମ୍ୟାଚରେ ବିଜୟ ହାସଲ କରିଛି । ଦଳ ପ୍ଲେଅଫରେ ପହଞ୍ଚିବା ପାଇଁ ସଂଘର୍ଷ କରୁଛି । ଦଳ ୧୧ଟିରୁ ୬ଟି ହାରି ଷଷ୍ଠ ସ୍ଥାନରେ ରହିଛି ।

 

ଏ ପର୍ଯ୍ୟନ୍ତ ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ୨୯ଟି ମ୍ୟାଚ୍ ଖେଳା ଯାଇଛି । ଏଥିରୁ ମୁମ୍ବାଇ ୧୬ ଏବଂ ଦିଲ୍ଲୀ ୧୩ଟିରେ ବିଜୟୀ ହୋଇଛନ୍ତି । ଦୁଇ ଦଳ ମଧ୍ୟରେ ବିଗତ ୫ଟି ମ୍ୟାଚ୍ ଉପରେ ନଜର ପକାଇଲେ ମୁମ୍ବାଇ ଚାରି ଥର ଦିଲ୍ଲୀକୁ ହରାଇଛି । କିନ୍ତୁ ଚଳିତ ଆଇପିଏଲର ପ୍ରଥମ, ମ୍ୟାଚରେ ଦିଲ୍ଲୀ ମୁମ୍ବାଇକୁ ୬ ୱିକେଟରେ ପରାସ୍ତ କରିଛି ।

ମୁମ୍ବାଇ ପାଇଁ ସବୁଠୁ ବଡ ଚିନ୍ତାର କାରଣ ପାଲଟିଛନ୍ତି ସୂର୍ଯ୍ୟକୁମାର ଯାଦବ । ସେ ଗତ ଚାରୋଟି ମ୍ୟାଚରେ ୦,୮,୫ ଓ ୩ ରନ କରିଛନ୍ତି । ଓପନିଂ ବ୍ୟାଟସମ୍ୟାନ ରୋହିତ ଶର୍ମା ଓ କ୍ୱିଣ୍ଟନ ଡିକକ୍ ଭଲ ଆରମ୍ଭ ଦେଉଥିଲେ ମଧ୍ୟ ବଡ ଇନିଂସ ଖେଳିବାରେ ବିଫଳ ରହିଛନ୍ତି । ଏଥିରେ ମଧ୍ୟକ୍ରମ ଉପରେ ଅତିରିକ୍ତ ଚାପ ପଡୁଛି ।

ମୁମ୍ବାଇ ପାଇଁ ଆଶ୍ୱସ୍ତିକର ବିଷୟ ପଞ୍ଜାବ କିଙ୍ଗ୍ସ ବିପକ୍ଷ ମୁକାବିଲାରେ ସୌରଭ ତିୱାରୀ ୪୫ ଓ ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନ କରି ଫର୍ମରେ ନଜର ଆସିଛନ୍ତି । କିରଣ ପୋଲାର୍ଡ ୭ ବଲରୁ ଅପରାଜିତ ୧୫ ରନ କରି ଫିନିସର ଭୂମିକାରେ ନଜର ଆସିଛନ୍ତି । ଏବେ ଦେଖିବା ବାକି ରହିଲା ଖରାପ ଫର୍ମ ଦେଇ ଗତି କରୁଥିବା ଇଶାନ କିଶନଙ୍କୁ ଦଳରେ ସୁଯୋଗ ମିଳୁଛି କି ନାହିଁ । ବୋଲିଂରେ ଯଶପ୍ରୀତ ବୁମରା ଲଗାତାର ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ସ୍ପିନର ଫ୍ଲପ୍ ରହିଛନ୍ତି । ରାହୁଲ ଚହର ଓ କୃଣାଲ ପାଣ୍ଡ୍ୟାଙ୍କ ଉପରେ ଭଲ ପ୍ରଦର୍ଶନର ଚାପ ରହିବ ।

 

Get real time updates directly on you device, subscribe now.