fbpx
BJD SKY
BJD SKY

ଆଇପିଏଲ୍‌ ପ୍ଲେ- ଅଫ୍‌ ପର୍ଯ୍ୟାୟର ଅବଶିଷ୍ଟ ଗୋଟିଏ ସ୍ଥାନ: ୪ ଦଳ ମଧ୍ୟରେ ଜୋର୍‌ଦାର୍‌ ଲଢ଼େଇ

BJD

ଦୁବାଇ: ଚଳିତ ଆଇପିଏଲର ଲିଗ ପର୍ଯ୍ୟାୟ ମୁକାବିଲା ଶେଷ ହେବା ପାଇଁ ଆଉ ଚାରି ଦିନ ବାକି ରହିଲା । ଆସନ୍ତା ୮ ତାରିଖ ଦିନ ଅନୁଷ୍ଠିତ ହେବ ଶେଷ ଲିଗ ମ୍ୟାଚ । ଉକ୍ତ ଦିନ ଦୁଇ ମ୍ୟାଚ ଅନୁଷ୍ଠିତ ହେବ । ଦିଲ୍ଲୀ କ୍ୟାପିଟାଲ୍ସ ,ଚେନ୍ନାଇ ସୁର କିଙ୍ଗସ୍‌ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପ୍ଲେ ଅଫ୍‌ ପର୍ଯ୍ୟାୟରେ ପ୍ରବେଶ କରି ସାରିଥିବା ବେଳେ ଅବଶିଷ୍ଟ ଗୋଟିଏ ସ୍ଥାନ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ,ରାଜସ୍ଥାନ ରୟାଲ୍ସ ,ପଞ୍ଜାବ କିଙ୍ଗସ୍‌ ଓ କୋଲକାତା ନାଇଟ ରାଇଢର୍ସ ମଧ୍ୟରେ ଜୋରଦାର ଲଢ଼େଇ ହେବ ।

ତେବେ ଅନ୍ୟ ତିନି ଦଳ ଅପେକ୍ଷା କୋଲକାତା ନାଇଟ ରାଇଡର୍ସ ୧୨ ପଏଣ୍ଟ ପାଇ ସୁବିଧା ସ୍ଥିତିରେ ଅଛି । ତେବେ ଅନ୍ୟ ତିନି ଦଳ ୧୦ ପଏଣ୍ଟ ଲେଖାଏଁ ପାଇଛନ୍ତି । ତେଣୁ ଅନୁଷ୍ଠିତ ହେବାକୁ ଥିବା ଶେଷ ପର୍ଯ୍ୟାୟ ଲିଗ ମ୍ୟାଚ ଏହି ଚାରି ଦଳ ପାଇଁ ବିଶେଷ ଗୁରୁତ୍ୱୂର୍ଣ୍ଣ । ଗତକାଲି ସନରାଜର୍ସ ହାଇଦ୍ରାବାଦକୁ ପରାସ୍ତ କରି କୋଲକାତା ନାଇଟ ରାଇଡର୍ସ ଆଉ ଦୁଇ ପଏଣ୍ଟ ପାଇବା ପରେ ପ୍ଳେ ଅଫ୍‌ ଖେଳିବା ଆଶା ଉଜ୍ଜ୍ୱଳ ହେବା ସହ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନରେ ପହଞ୍ଚିଛି । ମାତ୍ର ସମସ୍ତ ଲିଗ ମ୍ୟାଚ ଶେଷ ହେବା ନ ଯାଏ ଏହି ଚାରି ଦଳର ଭାଗ୍ୟ ନିର୍ଣ୍ଣୟ ହୋଇ ପାରିବ ନାହିଁ । ତେବେ ଏହି ସବୁ ଦଳ ଯଦି ସମାନ ପଏଣ୍ଟ ପାଇବେ ତେବେ ନେଟ ରନ ରେଟ୍‌ ଆଧାରରେ ପ୍ଲେ ଅଫ୍‌ ଖେଳିବା ସୁଯୋଗ ପାଇବେ ।

Get real time updates directly on you device, subscribe now.