fbpx

ୟୁକ୍ରେନର ବିମାନ ଉପରେ ଆକ୍ରମଣକୁ ସ୍ୱୀକାର କଲା ଇରାନ

ୟୁକ୍ରେନ, ୧୧ା୧: ୟୁକ୍ରେନର ବିମାନ ଉପରେ ଆକ୍ରମଣକୁ ଆଜି ସ୍ୱୀକାର କରିଛି ଇରାନ । ଭୁଲରେ ବିମାନକୁ କ୍ଷେପାଣସ୍ତ୍ର ମାରି ଖସାଇଥିବା ସ୍ୱୀକାର କରିଛି ଇରାନ । ଆମେରିକାର ଆକ୍ରମଣ ଯୋଗୁଁ ଭୁଲରେ ଏପରି ହୋଇଥିବା କହିଛି ଇରାନ । ଆକ୍ରମଣରେ ବିମାନରେ ଥିବା ୧୭୬ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।

ଯାତ୍ରୀମାନଙ୍କ ମଧ୍ୟରେ ୮୨ଜଣ ଇରାନୀୟ, ଅନୁନ୍ୟ ୬୩ଜଣ କାନଡ଼ୀୟ ଓ ୧୧ଜଣ ୟୁକ୍ରେନୀୟ ଥିଲେ । ୟୁକ୍ରେନୀୟାନ ଇଣ୍ଟରନାସିନାଲ ଏୟାରପୋର୍ଟରୁ ଯାତ୍ରୀବାହୀ ବୋଇଙ୍ଗ ୭୩୭ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ତେହେରାନ ଉପକଣ୍ଠ ଆକାଶରେ ପୋଡ଼ିଯାଇ ତଳକୁ ଖସି ଯାଇଥିଲା । ଇରାନ କ୍ଷେପଣାସ୍ତ୍ର ଛାଡ଼ିବା ଯୋଗୁ ବିମାନଟି ଖସିପଡ଼ିଥିବା ଅସ୍ୱୀକାର କରୁଥିଲା କିନ୍ତୁ ଆଜି ଇରାନ ମାନିଛି ଯେ କ୍ଷେପଣାସ୍ତ୍ର ନିକ୍ଷେପ ଯୋଗୁଁ ଏହା ହୋଇଥିଲା ।

Get real time updates directly on you device, subscribe now.