fbpx

ଇରାକର ବସରା ସହରରେ ବଡ଼ ବିସ୍ଫୋରଣ, ୪ ଜଣଙ୍କ ମୃତ୍ୟୁ, ୨୦ ଆହତ

ଇରାକରେ ବସରା ସହରର କେନ୍ଦ୍ରରେ ଏକ ଭୟଙ୍କର ବିସ୍ଫୋରଣରେ ଚାରି ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ଇରାକୀ ସେନା । ମଙ୍ଗଳବାର ଏକ ବୟାନରେ ସେନା କହିଛି ଯେ ମୋଟର ସାଇକେଲରେ ବମ ଖଞ୍ଜାଯାଇଥିଲା, ଯେଉଁ କାରଣରୁ ଜୋରଦାର ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ପରିବେଶ ଧୂଆଁମୟ ହୋଇଯାଇଥିଲା । ଫରେନସିକ୍ ଏକ୍ସପର୍ଟ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଯାଞ୍ଚ କରିଛନ୍ତି । ବିସ୍ଫୋରଣରେ ୨୦ ଜଣ ଆହତ ହୋଇଛନ୍ତି ।

ବସରାର ଅଲ-ଜୁମୋରୀ ହସ୍ପିଟାଲ ସମ୍ମୁଖରେ ହୋଇଥିବା ଏହି ବିସ୍ଫୋରଣ ପରେ ସମଗ୍ର ଅଞ୍ଚଳକୁ ସୁରକ୍ଷା ବଳ ଘେରି ରହିଛନ୍ତି, ଏବଂ ଯାଞ୍ଚ କରାଯାଉଛି । ଏପର୍ଯ୍ୟନ୍ତ ବିସ୍ଫୋରଣକୁ ପାଇଁ କେହି ନିଜକୁ ଦାୟୀ କରିନଥିବାବେଳେ ବସରାର ଗଭର୍ଣ୍ଣର ଅସଦ ଅଲ ଇଦାନୀ ଏଥିପାଇଁ ଇସଲାମିକ ଷ୍ଟେଟର ହାତ ଥିବା ନେଇ କହିଛନ୍ତି ।

Get real time updates directly on you device, subscribe now.