fbpx

ଓମିକ୍ରନ: ଶିଶୁଙ୍କଠାରେ ଏହି ୫ ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା, ତୁରନ୍ତ କରାନ୍ତୁ ଚେକଅପ୍

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇଥିବା କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଓମିକ୍ରନକୁ ନେଇ ଭୟଙ୍କର ତଥ୍ୟ ସାମ୍ନାକୁ ଆସୁଛି । ଦକ୍ଷିଣ ଆଫ୍ରିକାର ଜଣେ ଡାକ୍ତରଙ୍କ ପରେ ବ୍ରିଟିଶ ବୈଜ୍ଞାନିକମାନେ ମଧ୍ୟ ଚିନ୍ତା ପ୍ରକାଶ କରି କହିଛନ୍ତି ଯେ, ୫ ବର୍ଷରୁ କମ୍ ପିଲାମାନଙ୍କଠାରେ ମଧ୍ୟ ଏହା ଦ୍ରୁତ ଗତିରେ ବଢ଼ିଚାଲିଛି ।

ବ୍ରିଟେନ୍ ବୈଜ୍ଞାନିକମାନେ ସୁପର ଷ୍ଟ୍ରେନ୍ ଓମିକ୍ରନ ଉପରେ ତଥ୍ୟ ସଂଗ୍ରହ କରୁଛନ୍ତି । ଏହି ତଥ୍ୟ ଅଧ୍ୟୟନ କରିବା ପରେ ସେ କହିଛନ୍ତି ଯେ, ‘ଏହା ଚିନ୍ତାଜନକ ସଙ୍କେତ କି ଏହି ଭାରିଆଣ୍ଟ ପୂର୍ବ ତୁଳନାରେ ଶିଶୁମାନଙ୍କୁ ଅଧିକ ସଂକ୍ରମିତ କରୁଛି ।’ ବ୍ରିଟିଶ ବୈଜ୍ଞାନିକ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଶିଶୁମାନେ ଭାଇରସ୍ ଦ୍ୱାରା ଅଧିକ ପ୍ରଭାବିତ ହୋଇନାହାନ୍ତି । ଯେଉଁ ଡାକ୍ତର ପ୍ରଥମେ ଓମିକ୍ରନ ବିଷୟରେ ସୂଚନା ଦେଇଥିଲେ, ସେ ଏହାର ବିଭିନ୍ନ ଲକ୍ଷଣ ବିଷୟରେ ମଧ୍ୟ କହିଥିଲେ । ଦକ୍ଷିଣ ଆଫ୍ରିକା ମେଡିକାଲ ଆସୋସିଏସନର ଅଧ୍ୟକ୍ଷ ଡା. ଏଞ୍ଜେଲିକ୍ କହିଛନ୍ତି ଯେ, ଓମିକ୍ରନର ମୁଖ୍ୟ ଲକ୍ଷଣ ହେଉଛି ଥକ୍କାପଣ, ଶରୀରରେ ଯନ୍ତ୍ରଣା, ମୁଣ୍ଡବିନ୍ଧା ଇତ୍ୟାଦି ।

ତେବେ ପିତାମାତାମାନେ ଫ୍ଲୁ ଭଳି ଲକ୍ଷଣକୁ ହାଲୁକାରେ ନନେଇ ତୁରନ୍ତ ଶିଶୁଙ୍କୁ କରୋନା ଟେଷ୍ଟ କରାନ୍ତୁ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଏବେ ପିଲାମାନଙ୍କଠାରେ ମଧ୍ୟ ଗୁରୁତର ଲକ୍ଷଣ ଦେଖାଦେଉଛି । ଏପରି ମାମଲାରେ ଅକ୍ସିଜେନର ଆବଶ୍ୟକତା ପଡୁଛି । ବିଶେଷଜ୍ଞମାନେ ୫ଟି ଲକ୍ଷଣ ବିଷୟରେ ଅଭିଭାବକମାନଙ୍କୁ ଚେତାବନୀ ଦେଇଛନ୍ତି । ସେଗୁଡିକ ହେଉଛି…
୧-ଥକ୍କା
୨-ମୁଣ୍ଡବିନ୍ଧା
୩-ଜ୍ୱର
୪-ଗଳାରେ ଯନ୍ତ୍ରଣା
୫- ଭୋକ ନଲାଗିବା

Get real time updates directly on you device, subscribe now.