fbpx

ଶାନ୍ତି ଦରକାର ନାହିଁ, ତେଣୁ ବାହା ହେଉଛି: ବରର ଏଭଳି ଉତ୍ତର ଶୁଣିବା ପରେ ଦେଖନ୍ତୁ ଝିଅର ମୁହଁ (VIDEO)

ନୂଆଦିଲ୍ଳୀ: ବର୍ତ୍ତମାନ ବିବାହ ଋତୁରେ ଦେଶରେ ଏକାଧିକ ବିବାହ ଅନୁଷ୍ଠିତ ହେଉଛି । ସୋସିଆଲ ମିଡିଆ ବର୍ତ୍ତମାନ ବିବାହ ପୋଷ୍ଟରେ ଭର୍ତ୍ତି ହୋଇଥିବା ବେଳେ ଏମିତି ଏକ ବିବାହର ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ବେଶ ଭାଇରାଲ ହୋଇଛି । ମଣ୍ଡପରେ ବସିଥିବା ବେଳେ ଝିଅର ପ୍ରଶ୍ନର ଉତ୍ତର ଦେଇଥିଲା ପୁଅ । ଏହି ଉତ୍ତର ଭିଡିଓଟି ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି ।

ମଣ୍ଡପରେ ଝିଅଟି ପଚାରିଥିଲା ତୁମେ କାହିଁକି ବାହା ହେଉଛ । ଏହାର ଉତ୍ତର ରଖିବାକୁ ଯାଇ ପୁଅଟି କହିଥିଲା ମୋ ଜୀବନରେ ଆଉ ଶାନ୍ତି ଦରକାର ନାହିଁ ସେଥିପାଇଁ ବାହା ହେଉଛି । ଏହାପରେ ଝିଅର ମୁହଁ ଦେଖିବା ଲାୟକ ରହିଥିଲା । ‘ଦ ୱେଡିଙ୍ଗ ବ୍ରିଗେଡ’ ନାମକ ଭେରିଫାଏଡ ଆକାଉଣ୍ଟରୁ ଏହି ଭିଡିଓ ଅପଲୋଡ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଏହି ଭିଡିଓଟିକୁ ୨୩୯୧ ଜଣ ଲାଇକ କରି ସାରିଛନ୍ତି । ଦେଖନ୍ତୁ ଭିଡିଓ….

Get real time updates directly on you device, subscribe now.