fbpx

ଚାନ୍ଦିପୁର ଡିଆରଡିଓ ଗୁପ୍ତଚର ମାମଲା; ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବାଲେଶ୍ୱରର ଚାନ୍ଦିପୁର ଡିଆରଡିଓରେ ଗୁପ୍ତଚର ମାମଲା । ହାଇକୋର୍ଟରେ ଚାନ୍ଦିପୁର ତଥ୍ୟ ଚୋରି ଜନସ୍ୱାର୍ଥ ମାମଲାର ଶୁଣାଣି । ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଯ । ସତ୍ୟପାଠ ଜରିଆରେ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ହାଇକୋର୍ଟ । ଏହାସହ ତଦନ୍ତର ଅଗ୍ରଗତି ନେଇ ମଧ୍ୟ ଷ୍ଟାଟସ ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଫେବ୍ରୁଆରୀ ୩ ପୂର୍ବରୁ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ । ଶୁଣାଣିରେ ୫ ଅଭିଯୁକ୍ତ ବିଦେଶୀ ମହିଳା ଓ ବିଦେଶୀ ବ୍ୟାଙ୍କ ଲିଙ୍କ୍ ଦେଖାଇଲା କ୍ରାଇମବ୍ରାଞ୍ଚ । ଏହି ଘଟଣାର ସିବିଆଇ ବା ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ହୋଇଥିଲା ମାମଲା ।

ସୂଚନାଯୋଗ୍ୟ, ଡିଆରଡିଓ ଗୁପ୍ତ ତଥ୍ୟ ମାମଲାରେ ୫ ବିଦେଶୀ ମହିଳାଙ୍କ ଲିଙ୍କ୍ ରିହିଛି । ଏହି ମାମଲାରେ କ୍ରାଇମବ୍ରାଞ୍ଚ ଡିଆରଡିଓର ୫ ଜଣଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.