fbpx

OSAP ସିପାହୀଙ୍କ ଘରେ ଭିଜିଲାନ୍ସ ଚଢଉ: କୋଟିଏ ଟଙ୍କାର ସମ୍ପତ୍ତି ଜବତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ଭିଜିଲାନ୍ସ ହାତରେ ଫସୁଛନ୍ତି ଜଣକ ପରେ ଜଣେ ଅଧିକାରୀ । ଓଏସଏପି ଷଷ୍ଠ ବାଟାଲିୟନରେ କାମ କରୁଥିବା ଜଣେ ସିପାହୀଙ୍କ ଘରୁ ଜବତ ହୋଇଛି କୋଟିଏ ଟଙ୍କାର ସମ୍ପତ୍ତି । ସମୁଦାୟ ୫ଟି ସ୍ଥାନରେ ଚଢାଉ କରାଯାଇଥିବା ବେଳେ ୧.୨୬ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ କରାଯାଇଛି ।

ବାସଭବନ ସମେତ ୫ଟି ସ୍ଥାନରେ ଚଢାଉ କରାଯାଇଥିବା ନେଇ ସୂଚନା ମିଳିଛି । କଟକ ତିନି ଘରିଆରେ ଏକ ୩ ମହଲା କୋଠା ଠାବ କରାଯାଇଛି । ଏହା ସହିତ ପୁରୀର ତଳଜଙ୍ଗାରେ ଗୋଟିଏ ଏକ ମହଲାର କୋଠା ମଧ୍ୟ ଠାବ କରାଯାଇଛି ।

Get real time updates directly on you device, subscribe now.