fbpx

୪ ଦିନିଆ ରିମାଣ୍ଡରେ ଯିବେ ସୁପାରି କିଲର, ଅନୁମତି ଦେଲେ କୋର୍ଟ

ଭୁବନେଶ୍ୱର ନୟାପଲ୍ଲୀରୁ ସୁପାରି କିଲର ଗିରଫ ଘଟଣା । ଦ୍ୱିତୀୟ ପର୍ଯ୍ୟାୟରେ ୪ ଦିନିଆ ରିମାଣ୍ଡରେ ଯିବେ ୨ ଅଭିଯୁକ୍ତ । ଦୁଇ ଅଭିଯୁକ୍ତ ସମ୍ପଦ ସାହୁ ଓ ପ୍ରଶାନ୍ତ ଦାଶଙ୍କୁ ରିମାଣ୍ଡରେ ନେବ ନୟାପଲ୍ଲୀ ପୋଲିସ୍ । କାଲିଠୁ ରିମାଣ୍ଡରେ ନେବାକୁ ମିଳିଛି ଭୁବନେଶ୍ୱର ଏସଡିଏଜଏମ କୋର୍ଟଙ୍କ ଅନୁମତି । ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପୋଲିସ ।

ସୂଚନାଯୋଗ୍ୟ, ନଭେମ୍ବର ୨୮ ତାରିଖରେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରୁ ସୁପାରି କିଲରଙ୍କୁ କାବୁ କରଥିଲା କମିଶନରେଟ ପୋଲିସ୍ । ଜଣେ ଖଣି ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ଏହି ସୁପାରି କିଲର ।

 

Get real time updates directly on you device, subscribe now.