fbpx

UAE ସରକାରଙ୍କ ଐତିହାସିକ ନିଷ୍ପତ୍ତି, ଏବେ କର୍ମଚାରୀ ସପ୍ତାହକୁ ସାଢେ ଚାରି ଦିନ କରିବେ କାମ

ନୂଆଦିଲ୍ଲୀ : ସଂଯୁକ୍ତ ଆରବ ଏମିରାଟ୍ସ(ୟୁଏଇ)ସରକାରଙ୍କ ଐତିହାସିକ ନିଷ୍ପତ୍ତି। ଏବେ କର୍ମଚାରୀ ସପ୍ତାହକୁ ୫ ଦିନ ନୁହେଁ କାମ କରିବେ ସାଢେ ଚାରି ଦିନ। ସରକାରଙ୍କ ଏହି ନିଷ୍ପତ୍ତି କର୍ମଚାରୀ ମହଲରେ ଆନନ୍ଦର ଲହରି ଖେଳାଇ ଦେଇଛି। ସରକାରୀ ଅଧିକାରୀଙ୍କ ଅନୁଯାୟୀ, ଶୁକ୍ରବାର ହାପ୍ ଡେ କାମ କରିବା ପରେ କର୍ମଚାରୀଙ୍କ ଛୁଟି ଆରମ୍ଭ ହୋଇ ରବିବାର ପର୍ଯ୍ୟନ୍ତ ଜାରି ରହିବ। ୟୁଏଇ ବର୍ତ୍ତମାନ ଦୁନିଆର ଏମିତି ପ୍ରଥମ ଦେଶ, ଯିଏ ସପ୍ତାହରେ ପାଞ୍ଚ ଦିନ କାମ କରିବାର ପରମ୍ପରା ଆରମ୍ଭ କରିଛି।
ଅଧିକାରୀ କହିଛନ୍ତି, ୨୦୨୨ ଜାନୁଆରୀରୁ ସରକାରୀ କାର୍ଯ୍ୟାଳୟଗୁଡିକରେ ଏହି ଛୁଟି ବାଧ୍ୟତାମୂଳକ ରହିବ। ଏହାର ଉଦ୍ଦେଶ୍ୟ ଲୋକଙ୍କ ଜୀବନରେ କାର୍ଯ୍ୟଚାପରେ ସନ୍ତୁଳନ ରଖିବା ସହ ପ୍ରତିଯୋଗିତାମୂଳକ ଆର୍ଥିକ କ୍ଷେତ୍ରରେ ସୁଧାର ଆଣିବା।
ରିପୋର୍ଟ ଅନୁଯାୟୀ, ଉପସାଗରୀୟ କ୍ଷେତ୍ରରେ ୟୁଏଇ ଏକ ମାତ୍ର ଦେଶ ଯେଉଁଠି ଶନିବାର ଏବଂ ରବିବାର ସରକାରୀ କାର୍ଯ୍ୟାଳୟ ଛୁଟି ରହିବ। ୟୁଏଇରେ ବର୍ତ୍ତମାନ ସପ୍ତାହାନ୍ତ ଶୁକ୍ରବାର ମଧ୍ୟାହ୍ନରୁ ଆରମ୍ଭ ହେବ, କାରଣ ମୁସଲିମ ଦେଶଗୁଡିକରେ ଶୁକ୍ରବାର ଦିନଟି ପ୍ରାର୍ଥନା ଦୃଷ୍ଟିରୁ ବହୁତ ଗୁରୁତ୍ଵପୂର୍ଣ୍ଣ।
ସମସ୍ତ ସରକାରୀ ବିଭାଗ ୨୦୨୨ ଜାନୁଆରୀ ୧ରୁ ନିୟମର ପାଲନ କରିବେ। ୟୁଏଇ ମିଡିଆ ଅଫିସର ଟ୍ଵିଟ୍ ଅନୁଯାୟୀ, ସୋମବାର ଆଠ ଘଣ୍ଟାର କାର୍ଯ୍ୟ ଦିବସ ରହିବ। ମାତ୍ର ସରକାରଙ୍କ ଏହି ନିୟମର ପ୍ରଭାବ ଘରୋଇ ସେକ୍ଟରରେ କଣ ପଡିବ, ଏହାକୁ ନେଇ କୌଣସି ସୂଚନା ଦିଆଯାଇ ନାହିଁ।

Get real time updates directly on you device, subscribe now.