fbpx

ଗୋବିନ୍ଦ ସାହୁର ବେଲ୍ ଆବେଦନ କରିଛନ୍ତି ବିଜେପି ନେତା: ପ୍ରେସମିଟରେ ଟାର୍ଗେଟ କଲେ ପ୍ରତାପ ଦେବ

ଭୁବନେଶ୍ୱର: ମଙ୍ଗଳବାର ମମିିତା ମେହେର ପ୍ରସଙ୍ଗକୁ ପ୍ରେସମିଟ୍ ରେ ବିଜେପିକୁ ଟାର୍ଗେଟ କରିଛନ୍ତି ପ୍ରତାପ ଦେବ । ସେ ଅଭିଯୋଗ କରିଛନ୍ତି ଗୋବିନ୍ଦ ସାହୁର ବେଲ୍ ଆବେଦନ କରଛନ୍ତି ବିଜେପି ନେତା । ଏହା ହସ ଗୋବିନ୍ଦ ସାହୁଙ୍କ ବେଲ୍ ଦସ୍ତାବିଜ୍ ଦେଖାଇଲେ ପ୍ରତାପ ଦେବ । କଣ୍ଟାବାଞ୍ଝୀ ଅଞ୍ଚଳର ବିଜେପି ନେତା ମୋହନ ଲାଲ ଶର୍ମା ଦସ୍ତଖତ କରିଛନ୍ତି । ବରିଷ୍ଠ ବିଜେପି ନେତାଙ୍କ ସହ ମୋହନ ଲାଲ ଶର୍ମାଙ୍କ ରହିଛି ଫଟୋ ।

ସେ ଅଭିଯୋଗ କରିଛନ୍ତି ବିଜେପିର ସକ୍ରିୟ ସଦସ୍ୟ ମୋହନଲାଲ ଶର୍ମା ଗୋବିନ୍ଦଙ୍କ ପାଇଁ କେସ୍ ଲଢ଼ୁଛନ୍ତି । ଏହା ସହ ସେ କହିଛନ୍ତି ତଦନ୍ତକୁ ଦିଗହରା କରିବାକୁ ଚେଷ୍ଟା କରୁଛି ବିଜେପି । ଏହା ବିଜେପିର ଅସଲ ଚେହେରାକୁ ପଦାରେ ପକାଇଛି ବୋଲି କହିଛନ୍ତି ପ୍ରତାପ । ମୋହନ ଲାଲ ଶର୍ମା ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା ରେସରେ ଥିଲେ । ତାଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କୁ ବିଜେପି ଗୋବିନ୍ଦ ସାହୁଙ୍କୁ ବଞ୍ଚାଇବା ଲାଗି ଚେଷ୍ଟା କରିବା ପଛରେ ବଡ଼ ଷଡ଼ଯନ୍ତ୍ର ରହିଛି ବୋଲି ବିଜେଡି ଅଭିଯୋଗ କରିଛି ।

ସେପଟେ ବିରୋଧୀ ମମିତା ମେହେର ପ୍ରସଙ୍ଗକୁ ଉଠାଇ ୬ ଦିନ ଧରି ଗୃହ ଚଲାଇ ଦେଉନଥିବା କହିଛନ୍ତି ପ୍ରତାପ ଦେବ । ବିରୋଧୀଦଳଙ୍କ ଆଭିମୁଖ୍ୟ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିଛି ବିଜେଡି ।

 

 

Get real time updates directly on you device, subscribe now.