fbpx

IRCTC ଲଞ୍ଚ କଲା ସ୍ପେଶାଲ ଟୁର ପ୍ୟାକେଜ୍, ଶସ୍ତାରେ ବୁଲନ୍ତୁ ସିଙ୍ଗାପୁର-ମାଲେସିଆ

Advertisement

ନୂଆଦିଲ୍ଲୀ: ଆପଣମାନେ ଯଦି ବୁଲିବାକୁ ଭଲ ପାଆନ୍ତି ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି । ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଏପରି ଏକ ଶାନଦାର ପ୍ୟାକେଜ ଲଞ୍ଚ କରାଯାଇଛି । ଏହି ଟୁର ପ୍ୟାକେଜରେ ଆପଣମାନେ ସିଙ୍ଗାପୁର, ମ୍ୟାଲେଶିଆ ପରି ଆକର୍ଷଣୀୟ ସ୍ଥାନର ମଜା ଉଠାଇ ପାରିବେ ।

ଏହି ପ୍ୟାକେଜରେ ୬ ରାତି ଓ ୭ ଦିନ ରହିଛି । ଏହାର ଯାତ୍ରା ଆସନ୍ତା ନଭେମ୍ବର ମାସ ୩୦ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୬ରେ ସମାପ୍ତ ହେବ । ଏହି ଟୁର ପ୍ୟାକେଜ ଅଧିନରେ ଆପଣମାନେ ଅନେକ ପ୍ରସିଦ୍ଧ ସ୍ଥାନ ପରିଦର୍ଶନ କରି ମଜା ଉଠାଇ ପାରିବେ । ଆପଣଙ୍କର ବିମାନ ଯାତ୍ରା, ଭିସା ଫିସ, ତିନି ଷ୍ଟାର ହୋଟେଲରେ ରହିବାର ବ୍ୟବସ୍ଥା, ଖାଇବା ବ୍ୟବସ୍ଥା ସବୁ ଆଇଆରସିସିଟିସି ଦ୍ୱାରା କରାଯିବ ।

ଏହି ପ୍ୟାକେଜରେ ଦୁଇ/ ତିନି ଜଣ ଏକତ୍ର ରହିଲେ ଆପଣଙ୍କୁ ଜଣେ ବ୍ୟକ୍ତି ପିଛା ୧,୦୬,୮୦୦ ଟଙ୍କା ଦେବାକୁ ପଡ଼ିବ । ସେହିପରି ଜଣେ ବ୍ୟକ୍ତି ରହିଲେ ୧,୨୬,୦୦୦ ଟଙ୍କା ପଡ଼ିବ । ଫାଷ୍ଟ କମ୍ ଫାଷ୍ଟ ଗେନ୍ ଆଧାରରେ ଏହି ପ୍ୟାଜରେ ବୁକିଂ କରାଯିବ । ଏହି ପ୍ୟାକେଜରେ ଆପଣ ସିଙ୍ଗାପୁରର ନାଇଟ ସଫାରୀ, ରାଷ୍ଟ୍ରୀୟ ଅର୍କିଡ ଉଦ୍ୟାନ, ପଣ୍ଡାଗ କ୍ରିକେଟ କ୍ଲବ, ଐତିହାସିକ ପାର୍ଲିଆମେଣ୍ଟ ହାଉସ, ସୁପ୍ରିମକୋର୍ଟ ସିଟି ହଲ ଆଦି ଦେଖି ପାରିବେ । ଏହି ପ୍ୟାକେଜ ବୁକିଂ ପାଇଁ ଆପଣଙ୍କୁ ଆଇଆରସିଟିସିର ଅଫିସିଆଲ ୱେବସାଇଟ irctctourism.comକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

Get real time updates directly on you device, subscribe now.