fbpx
BJD SKY
BJD SKY

କଂଗ୍ରେସ ସଭାପତି ନିର୍ବାଚନ:ଭୋଟ ଭିକ୍ଷା ପାଇଁ ଆସିଲେ ଖଡ଼ଗେ

BJD

ଭୁବନେଶ୍ୱର:ଆଗକୁ ଆସୁଛି କଂଗ୍ରେସ ସଭାପତି ନିର୍ବାଚନ ।ଯାହା ପାଇଁ ରେସରେ ଦୁଇଜଣ ପ୍ରାର୍ଥୀ ଅଛନ୍ତି ।ଶଶି ଥରୁର ଏବଂ ମଲିକାର୍ଜୁନ ଖଡଗେ ଏହି ରେସରେ ସାମିଲ ଅଛନ୍ତି ।ତେବେ ଆଜି ଭୋଟ ଭିକ୍ଷା ପାଇଁ ଓଡିଶା ଆସିଛନ୍ତି ଖଡଗେ । କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଜୋରସୋର ପ୍ରଚାର କରୁଛନ୍ତି ଖଡଗେ । ଯାହା ପାଇଁ ସେ ଆଜି ଓଡିଶା ଆସିଛନ୍ତି ।

ସୂଚନାମୁତାବକ ରାଜ୍ୟରେ ପିସିସି ସଦସ୍ୟଙ୍କ ଭୋଟ ପାଇଁ ସେ ଓଡିଶା ଆସିଛନ୍ତି । ଖଡଗେଙ୍କୁ ସ୍ୱାଗତ କରିବା ପାଇଁ ବରିଷ୍ଠ କଂଗ୍ରେସ ନେତା ଏବଂ ବିଧାୟକ ଉପସ୍ଥିତ ଥିଲେ । ତେବେ ଆସନ୍ତା ୧୭ ତାରିଖରେ କଂଗ୍ରେସ ସଭାପତି ନିର୍ବାଚନ ଥିବା ବେଳେ ଏଥର ଅଣ ଗାନ୍ଧୀ କଂଗ୍ରେସ ସଭାପତି ହେବାକୁ ଯାଉଛନ୍ତି । ବର୍ତ୍ତମାନର ସ୍ଥିତିକୁ ଦେଖି ଯାହା ଅନୁମାନ କରାଯାଉଛି ଏହି ଆସନରେ ଖଡଗେ ବାଜି ମାରିବେ । ତେଣୁ ଦେଖିବା ବାକି ରହିଲା କାହାକୁ ଏହି ଆସନ ମିଳୁଛି ।

Get real time updates directly on you device, subscribe now.