fbpx

IRCTC ଲଞ୍ଚ କଲା ‘ପୂଣ୍ୟ ତୀର୍ଥ ଯାତ୍ରା’ ପ୍ୟାକେଜ୍: କମ୍ ପଇସାରେ ଦେଖନ୍ତୁ ପୁରୀ, କୋଣାର୍କ, ଗୟା, ବାରାଣାସୀ, ଅଯୋଧ୍ୟା, ପ୍ରୟାଗରାଜ

ନୂଆଦିଲ୍ଲୀ: ଯଦି ଆପଣମାନେ ଭ୍ରମଣପ୍ରିୟ ତେବେ ଆପଣଙ୍କ ପାଇଁ ଏକ ଶାନଦାର ଅଫର ଅସିଛି । ଇଣ୍ଡିଆ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆରଆରସିଟିସି) ପକ୍ଷରୁ ଏକ ବଢ଼ିଆ ପ୍ୟାକେଜ୍ ଲଞ୍ଚ କରାଯାଇଛି । ଏହି ପ୍ୟାକେଜର ନାମ ରଖାଯାଇଛି ‘ପୂଣ୍ୟ ତୀର୍ଥ ଯାତ୍ରା’ । ଏଥିରେ ଆପଣମାନେ ପୁରୀ, କୋଣାର୍କ, ଗୟା, ବାରାଣାସୀ, ଅଯୋଧ୍ୟା, ପ୍ରୟାଗରାଜ ସ୍ଥାନ ବୁଲିପାରିବେ । ଭକ୍ତମାନଙ୍କୁ ମନ୍ଦିର ଦର୍ଶନ କରିବାର ସୁଯୋଗ ମିଳିବ ।

ଏହି ପ୍ୟାକେଜରେ ଟ୍ରେନ, ବସ୍ ଯାତ୍ରା ସହ ଭୋଜନ, ଗାଇଡ୍, ଇନ୍ସ୍ୟୁରାନ୍ସ ଆଦି ସୁବିଧା ଉପଲବ୍ଧ ରହିଛି । ଏଥିରେ କମ୍ଫର୍ଟ ଓ ଷ୍ଟାଣ୍ଡାର୍ଡ ନାମକ ଦୁଇଟି ବର୍ଗର ପ୍ୟାକେଜ୍ ରହିଛି । କମ୍ପର୍ଟରେ ଆପଣମାନେ ସିଙ୍ଗଲ ପାଇଁ ୩୨,୦୫୦ ଓ ଡବଲ ପାଇଁ ୩୦,୮୦୦, ଓ ଟ୍ରିପଲ ପାଇଁ ୩୦,୨୦୦ ଟଙ୍କା ପଡ଼ିବ । ଷ୍ଟାଣ୍ଡାର୍ଡ ବର୍ଗରେ ସିଙ୍ଗଲ ପାଇଁ ୨୩,୪୦୦, ଡବଲ ପାଇଁ ୨୧,୧୫୦ ଓ ଟ୍ରିପଲ ପାଇଁ ୨୧,୫୫୦ ଟଙ୍କା ପଡ଼ିବ ।

ଏହି ଯାତ୍ରା ଅକ୍ଟୋବର ୯ରୁ ମଇଶୁରରୁ ଆରମ୍ଭ ହୋଇ ୧୦ରେ ପୁରୀରେ ଟ୍ରେନରେ ପହଞ୍ଚିବେ । ଏହାପରେ ୧୧ରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର ଦର୍ଶନ କରିବେ । ଏହାପରେ ୧୨ ତାରିଖ ଦ୍ୱିପ୍ରହରେ ପୁରୀରୁ ଟ୍ରେନରେ ବସି ପରଦିନ ଗୟାରେ ପହଞ୍ଚିବେ । ଏହାପରେ ବାରାଣାସୀ ଯାତ୍ରା କରିବେ ଓ ୧୪ରେ ଗଙ୍ଗା ନଦୀରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇବେ ।

ଏହାଛଡ଼ା ଆପଣମାନେ କାଶୀ ବିଶ୍ୱନାଥ ମନ୍ଦିର ସମେତ ଅନ୍ୟ ମନ୍ଦିର ଦର୍ଶନ କରିପାରିବେ । ୧୫ରେ ଅଯୋଧ୍ୟାରେ ପହଞ୍ଚିବେ । ସେଠାରେ ସରାୟୁ ନଦୀ, ରାମଜନ୍ମଭୂମି ମନ୍ଦିର ଦର୍ଶନ କରିବେ । ପରଦିନ ୧୬ରେ ପ୍ରୟାଗରାଜରେ ପହଞ୍ଚିବେ । ସେଠାରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ । ଏହାପରେ ୧୭ରେ ଟ୍ରେନରେ ଯାତ୍ରା କରି ପରଦିନ ବେଙ୍ଗାଲୁରୁ ଓ ମଇଶୁରରେ ପହଞ୍ଚିବେ ।

Get real time updates directly on you device, subscribe now.