fbpx

ଚାର ଧାମ୍ ଯାତ୍ରା ପାଇଁ IRCTC ଲଞ୍ଚ କଲା ଶାନଦାର୍ ପ୍ୟାକେଜ୍: ୧୨ ଦିନର ଟୁରରେ ରହିଛି ଏହିସବୁ ଆକର୍ଷଣୀୟ ସୁବିଧା

AAKASH

ନୂଆଦିଲ୍ଲୀ: ସ୍ୱାଧୀନତାର ଅମୃତ ମହୋତ୍ସବ ଓ ‘ଦେଖୋ ଅପନା ଦେଶ’ ଅଧୀନରେ ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଚାର୍ ଧାମ ଯାତ୍ରା ପ୍ୟାପେଜ୍ ଲଞ୍ଚ କରାଯାଇଛି । ଏହି ପ୍ୟାକେଜ ନାମ ରଖାଯାଇଛି ‘ଚାର ଧାମ ଯାତ୍ରା ଏକ୍ସ-ନାଗପୁର’ । ଏହାର ଶୁଭାରମ୍ଭ ଆସନ୍ତା ମେ ମାସ ୧୪ ଆରମ୍ଭ ହେଉଥିବା ବେଳେ ଏଥିରେ ୧୧ ରାତି ଓ ୧୨ ଦିନ ସାମିଲ ରହିଛି ।

ଜଣେ ବ୍ୟକ୍ତି ପିଛା ଏହି ବିମାନ ଯାତ୍ରା ପ୍ୟାକେଜର ମୂଲ୍ୟ ରହିଛି ୫୮,୯୦୦ ଟଙ୍କା । ମେ ୧୪ ତାରିଖରୁ ନାଗପୁରରୁ ବିମାନ ଦିଲ୍ଲୀକୁ ଯାତ୍ରା କରିବ । ସେଠାରୁ ହରିଦ୍ୱାର, ଗଙ୍ଗୋତ୍ରୀ, ଗୁପ୍ତକାଶୀ, ଜାନକୀ ଚଟ୍ଟୀ, କେଦାରନାଥ, ସୋନପ୍ରୟାଗ, ଉତ୍ତରକାଶୀ ଓ ବଦ୍ରୀନାଥ ପର୍ଯ୍ୟନ୍ତ ଯାତ୍ରା କରିବ । ଆସନ୍ତା ମେ ୨୬ ତାରିଖରେ ଏହି ପ୍ୟାକେଜର ସମାପ୍ତ ହେବ । ଏଥିପାଇଁ ବୁକିଂ କରିବାକୁ ଆପଣମାନେ ଆଇଆରସିଟିସିର ଅଫିସିଆଲ ୱେବସାଇଟ irctctourism.com ଉପରେ କ୍ଲିକ୍ କରିବାକୁ ପଡ଼ିବ ।

Get real time updates directly on you device, subscribe now.