fbpx
BSKY
BJD YOUTH SKY
BJD MS SKY

ମୁମ୍ବାଇ ଇଣ୍ଡିଆନ୍ସ ପ୍ରଶଂସକଙ୍କ ପାଇଁ ଖୁସି ଖବର, ଦଳରେ ଯୋଗ ଦେଲେ ଭେଟେରାନ ବ୍ୟାଟର ସୂର୍ଯ୍ୟକୁମାର ଯାଦବ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଏହାର ପ୍ରଶଂସକଙ୍କ ପାଇଁ ଖୁସିର ଖବର । ଭେଟେରାନ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ଦଳରେ ଯୋଗ ଦେଇଛନ୍ତି । ତେବେ ପ୍ରଥମ ମ୍ୟାଚରେ ସୂର୍ଯ୍ୟକୁମାର ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । କିନ୍ତୁ ତାଙ୍କର ଦ୍ୱିତୀୟ ମ୍ୟାଚ୍ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି ।

ମୁମ୍ବାଇ ଇଣ୍ଡିଆନ୍ସ ଏକ ଭିଡିଓ ସେୟାର କରି ସୂର୍ଯ୍ୟକୁମାର ଯାଦବଙ୍କ ଦଳରେ ଯୋଗ ଦେବାର ସୂଚନା ଦେଇଛି । ଭିଡିଓରେ ସୂର୍ଯ୍ୟକୁମାର ଯାଦବ ଆଇପିଏଲ ଟ୍ରଫି ସହିତ ପୋଜ୍ ଦେଉଥିବା ଦେଖିବାକୁ ମିଳିଛି । ଏହି ଟ୍ରଫି ମୁମ୍ବାଇ ଇଣ୍ଡିଆନ୍ସ ୨୦୨୦ ସିଜିନରେ ଜିତିଥିଲା । ସୂର୍ଯ୍ୟକୁମାର ଯାଦବ ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚରୁ ଦଳରେ ବାହାରେ ଥିଲେ । ଉକ୍ତ ମ୍ୟାଚରେ ତାଙ୍କ ଆଙ୍ଗୁଳିରେ ଆଘାତ ଲାଗିଥିଲା । ଏହି କାରଣରୁ ସେ ଶ୍ରୀଲଙ୍କା ବିପକ୍ଷ ସିରିଜରୁ ବାଦ୍ ପଡିଥିଲେ । ତାଙ୍କୁ ରିହାବିଲିଟେସନ ପାଇଁ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ) ଯିବାକୁ ପଡିଥିଲା ।

 

ଆହତଜନିତ ସମସ୍ୟାରୁ ମୁକୁଳିବା ପରେ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇରେ ଯୋଗ ଦେବା ଦଳ ପାଇଁ ସବୁଠୁ ବଡ ଖବର । କାରଣ ସେ ମୁମ୍ବାଇର ମ୍ୟାଚ୍ ବିଜେତା ଏବଂ ଗୁରୁତ୍ୱପୂର୍ଣ୍ଣ ଖେଳାଳି । ମୁମ୍ବାଇ ତାଙ୍କୁ ୨୦୨୧ରେ ଦଳରେ ରିଟେନ୍ କରିଥିଲା । ସୁନିଲ ଗାଭାସ୍କର କହିଛନ୍ତି, ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଗତ ସିିଜିନ ଦମଦାର ରହିଥିଲା । ଆଇପିଏଲ ୨୦୨୨ରେ ଦମଦାର ପ୍ରଦର୍ଶନ କରି ଟି-୨୦ ବିଶ୍ୱ କପରେ ଭାରତୀୟ ଦଳରେ ନିଜର ସ୍ଥାନ ମଜବୁତ ରଖିବା ପାଇଁ ତାଙ୍କ ନିକଟରେ ଭଲ ସୁଯୋଗ ରହିଛି । ଟି-୨୦ ବିଶ୍ୱ କପ୍ ପାଇଁ ଭାରତୀୟ ଦଳ ଚୟନରେ ଆଇପିଏଲରେ ଖେଳାଳିଙ୍କ ପ୍ରଦର୍ଶନ ଗୁରୁତ୍ୱ ବହନ କରିପାରେ ବୋଲି ଗାଭାସ୍କର କହିଛନ୍ତି ।

Get real time updates directly on you device, subscribe now.