fbpx
BJD
BJD SKY
BJD SKY

ଶୋଇପଡ଼ିଲେ ବି ଚିନ୍ତା ନାହିଁ, ଷ୍ଟେସନ ଆସିବା ପୂର୍ବରୁ ଉଠାଇଦେବ IRCTC ର ଏହି ଆଲାର୍ମ ସିଷ୍ଟମ

BJD

ନୂଆଦିଲ୍ଲୀ: ଅନେକ ସମୟରେ ଏମିତି ହୋଇଥାଏ, ଯେତେବେଳେ ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି । ଆଉ ଆପଣ ଶୋଇପଡ଼ିବା ଫଳରେ ଓହ୍ଲାଇବାକୁ ଥିବା ଷ୍ଟେସନ ଛାଡ଼ିଯାଉଛନ୍ତି । ଏମିତି ସ୍ଥିତିରେ ଆପଣଙ୍କୁ ଅସୁବିଧା ସମ୍ମୁଖୀନ ହେବାକୁ ପଡ଼ିଥାଏ ।

ତେବେ ଯାତ୍ରୀଙ୍କ ଏହି ଅସୁବିଧାକୁ ଧ୍ୟାନରେ ରଖି ରେଳବାଇ ଏକ ଆଲାର୍ମ ସିଷ୍ଟମ ପ୍ରସ୍ତୁତ କରିଛି । ଯାହା ଆପଣଙ୍କୁ ଆପଣଙ୍କ ଷ୍ଟେସନ ଆସିବାର ୨୦ ମିନିଟ୍ ପୂର୍ବରୁ ଉଠାଇଦେବ । ତେବେ ଏଠାରେ ଆପଣ ଭାବୁଥିବେ ଯେ ଆମେ ନିଜେ ବି ତ’ ଚାହିଲେ ଆଲର୍ମ ଲଗାଇପାରିବା । ଏଠାରେ କହିରଖୁଛୁ ଯେ ଆପଣ ଆଲର୍ମ ଦେଇଥିଲେ ବି ଯଦି କୌଣସି ଟ୍ରେନ୍ ବିଳମ୍ବରେ ଚାଲୁଥିବ ଏଥିପାଇଁ ମୋବାଇଲ ଆଲର୍ମ ଫାଇଦା ହେବ ନାହିଁ । ଏପରି ସ୍ଥିତିରେ ଆପଣ IRCTC ର ହେଲ୍ପଲାଇନ ନମ୍ବର ଦ୍ୱାରା ଆଲାର୍ମ ସେଟ୍ କରିପାରିବେ ।

ଏମିତି କରନ୍ତୁ ଆଲର୍ମ ସେଟ୍:

ପ୍ରଥମେ ଆଇଆରସିଟିସି ର ହେଲ୍ପଲାଇନ ନମ୍ବର ୧୩୯ କୁ କଲ୍ କରି ଭାଷା ଚୟନ କରିବାକୁ ହେବ । ଏହାପରେ ପିଏନଆର ନମ୍ବର, ରେଲୱେ ଷ୍ଟେସନର ନାମ, ରେଲୱେ ଷ୍ଟେସନର ଏସଟିଡି କୋଡ ଦେବାକୁ ହେବା । ବାସ୍ ହୋଇଗଲା ଆଲର୍ମ ସେଟ୍ । ଏହାପରେ ୱେକ୍ ଅପ୍ ଆଲାର୍ମ ଯାତ୍ରୀଙ୍କୁ ୨୦ ମିନିଟ୍ ପୂର୍ବରୁ ଷ୍ଟେସନ ଆସିବାର ଉଠାଇଦେବ ।

ଯେଉଁ ଯାତ୍ରୀମାନେ ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି ତାହାବି ପୁଣି ରାତି ୧୧ ରୁ ସକାଳ ୭ ଟା ମଧ୍ୟରେ ସେମାନେ ଏହି ସୁବିଧାର ଲାଭ ଉଠାଇପାରିବେ । ତେବେ ଏଥିପାଇଁ ମାତ୍ର ୩ ଟଙ୍କା ଦେବାକୁ ପଡ଼ିବ ।

Get real time updates directly on you device, subscribe now.