fbpx
BSKY SKY
BSKY SKY

ଏହି କ୍ରିକେଟ୍ ଖେଳାଳି ୮ ବର୍ଷ ଯାଏଁ ଲୁଚାଇ ରଖିଥିଲେ ପତ୍ନୀଙ୍କ ଚେହେରା, ଏବେ ସାମ୍ନାକୁ ଆସିଲା Photo

BSKY

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଲରାଉଣ୍ଡର ନିଜର ବୟାନ ଲାଗି ପ୍ରାୟ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଗତ କିଛିଦିନ ତଳେ ସେ ଘରୋଇ କ୍ରିକେଟରେ ରନ୍‌ର ବର୍ଷା କରୁଥିବା ବ୍ୟାଟସମ୍ୟାନ ସର୍ଫରାଜ ଖାନ୍‌ଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ଦିଆ ନ ଯିବାରୁ ଏପରି ପ୍ରତିକ୍ରିୟା ରଖିଥିଲେ ଯାହା ସମସ୍ତଙ୍କୁ ହଇରାଣ କରିଦେଇଥିଲା । ଏବେ ପୁଣି ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି କିନ୍ତୁ ଏହି ଚର୍ଚ୍ଚା କ୍ରିକେଟକୁ ନେଇ ନୁହେଁ ବରଂ ତାଙ୍କ ପତ୍ନୀଙ୍କ ଚେହେରା ୮ ବର୍ଷ ପରେ ସାମ୍ନାକୁ ଆସିବା ନେଇ ।

୨୦୧୬ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଇରଫାନ୍ ପଠାନ ନିଜ ପତ୍ନୀଙ୍କ ସହ ପୂର୍ବରୁ ତ ଫଟୋ ସେୟାର କରିଛନ୍ତି କିନ୍ତୁ ଏଥର ଏପରି କିଛି କରିଛନ୍ତି ଯେଉଁ କାରଣରୁ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ୮ମ ବିବାହ ବାର୍ଷିକୀରେ ଇରଫାନ ଖାନ୍ ପତ୍ନୀ ସଫା ବେଗଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଖାସ୍ କଥା ହେଉଛି ସେ ଏଥିରେ ନିଜ ପତ୍ନୀଙ୍କ ଚେହେରା ଲୁଚାଇ ନାହାନ୍ତି । ଏହାପୂର୍ବରୁ ସଫା ଯେତେ ଫଟୋରେ ନଜର ଆସିଛନ୍ତି ସବୁଥିରେ ସେ ହିଜାବରେ ନଜର ଆସିଛନ୍ତି କିମ୍ବା ମୁହଁକୁ ହାତରେ ଲୁଚାଇଥିବାର ନଜର ଆସିଛନ୍ତି । ଏଥର କିନ୍ତୁ ଇରଫାନ ନିଜର ୮ମ ବିବାହ ବାର୍ଷିକୀରେ ଏକ ସୁନ୍ଦର ପ୍ରେମର ବାର୍ତ୍ତା ଲେଖି ପତ୍ନୀ ସଫାଙ୍କ ସହିତ ଫଟୋ ସେୟାର କରିଛନ୍ତି ।

Get real time updates directly on you device, subscribe now.