fbpx

Whatsapp ଆଣୁଛି ଜବରଦସ୍ତ ଫିଚର୍: ଆଉ ନଷ୍ଟ ହେବନି ୟୁଜରଙ୍କ ମୂଲ୍ୟବାନ୍ ସମୟ

ନୂଆଦିଲ୍ଲୀ: ଆଜିକାଲି ମେସେଜିଂ ଆପ୍ ମଧ୍ୟରେ ସବୁଠାରୁ ଲୋକପ୍ରିୟ ହୋଇ ପାରିଛି ହ୍ୱାଟ୍ସଆପ୍ । ଏହି ପ୍ଲାଟଫର୍ମ ବ୍ୟତୀତ ଫେସବୁକ ଇନଷ୍ଟାଗ୍ରାମ ମଧ୍ୟ ଲୋକେ ବ୍ୟବହାର କରୁଛନ୍ତି । କିଛି ଲୋକ ଫେସବୁକ ଇନଷ୍ଟାରେ ଷ୍ଟୋରୀ ମଧ୍ୟ ଅପଲୋଡ କରୁଥିବା ବେଳେ କିଛି ଲୋକ ହ୍ୱାଟ୍ସଆପରେ ଷ୍ଟାଟସ ଦେବାକୁ ପସନ୍ଦ କରିଥାନ୍ତି । ଫେସବୁକରେ ଅଧିକରୁ ଅଧିକ ଲୋକଙ୍କ ସହ ଫଟୋ, ଭିଡିଓ ଇତ୍ୟାଦି ସେୟାର କରିବାକୁ ସୁଯୋଗ ଦେଉଥିବା ବେଳେ ହ୍ୱାଟ୍ସଆପରେ ୱାନ-ଟୁ-ୱାନ ଚାଟ୍ କରାଯାଇ ପାରିବ । ଏଥିରେ ଇମେଜ୍ ଲିଙ୍କ ଏବଂ ଭିଡିଓ ସେୟାର କରି ହେବ ।

ତେବେ ହ୍ୱାଟ୍ସଆପ୍ ଏବଂ ଫେସବୁକ ୟୁଜରଙ୍କୁ ୨୪ ଘଣ୍ଟା ପାଇଁ ଷ୍ଟୋରୀ ସେୟାର କରିବାକୁ ଅନୁମତି ଦେଇଥାଏ । ତେବେ ୟୁଜର ନିଜ ହ୍ୱାଟ୍ସଆପ୍ ଷ୍ଟାଟସକୁ ଫେସବୁକରେ ସହଜରେ ସେୟାର କରିବା ପାଇଁ ସରଳ ଉପାୟ ଦେଇଥାଏ କମ୍ପାନୀ । ଏଥିପାଇଁ ସର୍ବପ୍ରଥମେ ଆପଣଙ୍କୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟକୁ ହ୍ୱାଟ୍ସଆପ୍ ସହ ଲିଙ୍କ କରିବାକୁ ପଡ଼ିବ । ଏହା Status Privacy Settingsରେ ‘Share my status across my accounts’ ଅପ୍ସନକୁ ସିଲେକ୍ଟ କରନ୍ତୁ । ତେବେ ଥରେ ଏହି ଅପ୍ସନ ଆକ୍ଟିଭ ହେଲେ, ଆପଣଙ୍କ ଷ୍ଟାଟସ ଆପେ ଆପେ ଉଭୟ ପ୍ଲାଟଫର୍ମରେ ଏକା ସମୟରେ ଅପଲୋଡ ହୋଇପାରିବ । ଏହାଦ୍ୱାରା ଉଭୟ ପ୍ଲାଟଫର୍ମରେ ଅପଲୋଡ କରିବା ପାଇଁ ଆପଣଙ୍କୁ ଦୁଇଥର ପୋଷ୍ଟ କରିବାକୁ ପଡ଼ିବ ନାହିଁ ।

ଏହାକୁ କିପରି କରିବେ ଆକ୍ଟିଭ?

୧- ପ୍ରଥମେ WhatsAppରେ Updates ବଟନକୁ ସିଲେକ୍ଟ କରନ୍ତୁ ଏବଂ ‘Chats’କୁ ଯାଆନ୍ତୁ ।

୨- ଏହାପରେ Status ଅପ୍ସନକୁ ଯାଇ ‘My Status’ରେ କ୍ଲିକ କରନ୍ତୁ ଏବଂ ‘Updates’କୁ ସିଲେକ୍ଟ କରନ୍ତୁ ।

୩- ‘Status Update’ର ଠିକ ପାଖରେ ‘3 Dots’ କ୍ଲିକ କରନ୍ତୁ ଏବଂ ‘Share To Facebook’ ସିଲେକ୍ଟ କରନ୍ତୁ ।

୪- ‘Share Now’ରେ ଟ୍ୟାପ କରନ୍ତୁ । ଏହାପରେ Whatsappରେ ‘Status Update’କୁ ତୁରନ୍ତ ‘Facebook Stories’ ପୋଷ୍ଟ କରନ୍ତୁ ।

Get real time updates directly on you device, subscribe now.