fbpx

ଅପରେସନ ସମୟରେ ପେଟରୁ ବାହାରିଲା ୩୦ ଲୁହାକଣ୍ଟା, ପେଚକସ୍ ସହ ଛୁଞ୍ଚି

ୟୁପି,୫ ।୧୦: ଉତ୍ତରପ୍ରଦେଶର ଉନ୍ନାୱ ଜିଲ୍ଲାରେ ଗତ ରବିବାର ଦିନ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଚନ୍ଦ୍ର କୁସୁମ ହସ୍ପିଟାଲକୁ ଜଣେ ବ୍ୟକ୍ତି ପେଟ ଯନ୍ତ୍ରଣା ସମସ୍ୟାକୁ ନେଇ ଆସିଥିଲେ । କିନ୍ତୁ ଯେତେବେଳେ ବ୍ୟକ୍ତି ଜଣଙ୍କର ଯାଞ୍ଚ ପରେ ଅପରେସନ ଆରମ୍ଭ ହେଲା, ସେବେ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ବ୍ୟକ୍ତିଙ୍କ ପେଟରେ ଲୁହା କଣ୍ଟା ଦେଖିବାକୁ ମିଳିଥିଲା ।


ତେବେ କରଣ ନାମକ ଜଣେ ବ୍ୟକ୍ତି ପେଟ ଯନ୍ତ୍ରଣା ହେଉଥିବାରୁ ମେଡିକାଲ ଆସିଥିଲେ । ଚେକଅପ ପରେ ରିପୋର୍ଟରେ ଅଜୀବ ସାମଗ୍ରୀ ଦେଖିବାକୁ ମିଳିଥିଲା । ଏହା ପରେ ଡାକ୍ତରମାନେ ଜରୁରୀକାଳୀନ ଅପରେସନ ଆରମ୍ଭ କରିଥିଲେ । ପ୍ରାୟ ୩ ଘଣ୍ଟାର ଅପରେସନ ପରେ ତାଙ୍କ ପେଟରୁ ୩୦ ଟି ଲୁହାକଣ୍ଟା, ଗୋଟିଏ ପେଚକସ୍ ଓ ଲୁହା ଛୁଞ୍ଚି ବାହାରିଥିଲା, ଯାହାର ଓଜନ ୩୦୦ ଗ୍ରାମରୁ ଅଧିକ ହେବ ବୋଲି ଆକଳନ କରାଯାଉଛି । ଅପରେସନ ପରେ ବ୍ୟକ୍ତି ଜଣକ ସୁରକ୍ଷିତ ଅଛନ୍ତିି ।

Get real time updates directly on you device, subscribe now.