fbpx

ପରଲୋକରେ ଅଭିନେତା ଇରଫାନ ଖାନଙ୍କ ମା’

ବଲିଉଡର ଜଣାଶୁଣା ଅଭିନେତା ଇରଫାନ୍ ଖାନଙ୍କ ମା ସଇଦା ବେଗମଙ୍କର ଆଜି ଦେହାନ୍ତ ଘଟିଛି । ୮୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦେହାନ୍ତକୁ ନେଇ ତାଙ୍କ ସାନ ପୁଅ ସଲମାନ କହିଛନ୍ତି ଯେ, କିଛି ଦିନ ଧରି ମା ନିଜକୁ ଅସୁସ୍ଥତା ଅନୁଭବ କରୁଥିଲେ । କିନ୍ତୁ ଆଜି ଅଚାନକ୍ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିଯିବାରୁ ମୃତ୍ୟୁ ଘଟିଲା । ଏହା ସହ ସେ କହିଛନ୍ତି ଯେ, ସନ୍ଧ୍ୟା ନମାଜ ପୂର୍ବରୁ ଚୁଙ୍ଗି ନାକାର ଶ୍ମଶାନରେ ମାଙ୍କୁ ସାମଧି ଦିଆଯିବ । ଏହି ସମୟରେ ଘରର କିଛି ସଦସ୍ୟ ସେଠାରେ ଉପସ୍ଥିତ ରହିବେ ।

ଅନ୍ୟପଟେ ଇରଫାନ୍ ଖାନ୍ ଏବେ ମୁମ୍ବାଇରେ ଥିବା ବେଳେ ଲକ୍-ଡାଉନ୍ କାରଣରୁ ତାଙ୍କର ଜୟପୁର ଆସିବା ସମ୍ଭବ ନୁହେଁ । ସେ ଭିଡିଓ କନଫରେନ୍ସିଂ ଜରିଆରେ ତାଙ୍କ ମାଙ୍କ ଶେଷ ଦର୍ଶନ କରିଛନ୍ତି । ତେବେ ଇରଫାନଙ୍କ ମା ସଇଦା ବେଗମ ଜଣେ କବି ଭାବେ ବେଶ ଜଣାଶୁଣା ଥିଲେ ।

Get real time updates directly on you device, subscribe now.