fbpx

ରାଜ୍ୟ ଭିତରେ ଶ୍ରମିକଙ୍କ ଗମନାଗମନକୁ ମିଳିଲା ଅନୁମତି

ଭୁବନେଶ୍ୱର, ୨୫ା୪(ଓଡ଼ିଶା ଭାସ୍କର): କରୋନା ସତର୍କତା ଦୃଷ୍ଟିରୁ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ଏହି ଲକ୍ ଡାଉନ ପାଇଁ ଶ୍ରମିକମାନେ ହଇରାଣ ହେଉଥିଲେ । କିନ୍ତୁ ଆଜି ରାଜ୍ୟରେ ଜିଲ୍ଲା-ଜିଲ୍ଲା ଭିତରେ ଶ୍ରମିକଙ୍କ ଗମନାଗମନ ପାଇଁ ଅନୁମତି ମିଳିଛି । ସାମାଜିକ ଦୂରତା ରଖି ଶ୍ରମିକଙ୍କୁ ନେବା ଆଣିବା କରିପାରିବେ ଶିଳ୍ପ ସଂସ୍ଥା । ଏଥିପାଇଁ ଜିଲ୍ଲାପାଳଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ । ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କ ଠାରୁ ଏନେଇ ଅନୁମତି ନେବେ ।
ଏହାସହ ଶ୍ରମିକଙ୍କୁ ବସରେ ନେବା ପାଇଁ ଜିଲ୍ଲାପାଳ ଅନୁମତି ଦେଇପାରିବେ । ୨୬୧୦ଟି କ୍ୟାମ୍ପରେ ଥିବା ଶ୍ରମିକ ମଧ୍ୟ କାମରେ ଯୋଗ ଦେଇପାରିବେ । ଏହିସବୁ କ୍ୟମ୍ପରେ ପାଖାପାଖି ୮୬ହଜାର ଶ୍ରମିକ ରହିଥିବା ସୂଚନା ମିଳିଛି । ୮୬ହଜାର ଶ୍ରମିକ ମଧ୍ୟରେ ୧୬ହଜାର ଶ୍ରମିକ ଓଡ଼ିଶାର ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.