fbpx

ପିତୃପକ୍ଷ ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍, ଜାଣନ୍ତୁ ସବିଶେଷ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପିତୃପକ୍ଷ ସମୟରେ ତୀର୍ଥଯାତ୍ରୀଙ୍କ ପାଇଁ ଚାଲିବ ପିଲଗ୍ରୀମ ସ୍ପେସାଲ ଟୁରିଷ୍ଟ୍ ଟ୍ରେନ । ଇଷ୍ଟକୋଷ୍ଟ୍ ରେଲୱେ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି ।

ସେପ୍ଟେମ୍ବର ୨୫ରୁ ଏହି ଟ୍ରେନ ସିକନ୍ଦରାବାଦରୁ ଛାଡ଼ିବ । ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର ଦେଇ ଏହା ବାରଣାସୀ, ପ୍ରୟାଗରାଜ୍ ଓ ଗୟାରେ ରହିବ । ଅକ୍ଟୋବରକୁ ଏହା ପ୍ରତ୍ୟାବର୍ତ୍ତନ କରିବ । ଏଥିରେ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ବ୍ୟବସ୍ଥା କରାଯାଇଛି । ସେହି ଅନୁସାରେ ୬ ରାତି ଓ ୭ ଦିନର ଏହି ପ୍ୟାକେଜରେ ସ୍ଲିପର କ୍ଲାସ ଯାତ୍ରୀଙ୍କ ପାଇଁ ୬୬୨୦ଟଙ୍କା ଏବଂ ଥାର୍ଡ ଏସି କ୍ଲାସ୍ ଯାତ୍ରୀଙ୍କ ପାଇଁ ୧୧୦୩୦ ଟଙ୍କା ରହିଛି ବୋଲି କୁହାଯାଇଛି । ଏହି ଯାତ୍ରା ସମୟରେ ସମସ୍ତ ଖାଇବା ଓ ରହିବା ଖର୍ଚ୍ଚ IRCTC ବହନ କରିବ । ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା କର୍ମୀ ଓ ଡାକ୍ତର ମଧ୍ୟ ଟ୍ରେନରେ ରହିବେ । କେହି ଯାତ୍ରୀ କରୋନାରେ ସଂକ୍ରମିତ ହେଲେ ତାଙ୍କୁ ସଂଗରୋଧ କରିବା ପାଇଁ ସ୍ୱତନ୍ତ୍ର ବଗି ରହିବ ବୋଲି ମଧ୍ୟ କହିଛନ୍ତି ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟର ରିଜୋନାଲ ମ୍ୟାନେଜର କ୍ରାନ୍ତି ସାବରକର ।

ସେହିପରି କଶ୍ମୀର ପାଇଁ ୨୪୩୯୫, ଗୁଜରାଟ ପାଇଁ ୨୩ ୮୯୫, ଗୋଆ ପାଇଁ ୨୧୧୨୦ ଓ ରାଜସ୍ଥାନ ବୁଲିବା ପାଇଁ ୩୩ ୭୬୦ ଟଙ୍କାର ପ୍ୟାକେଜ ରହିଛି । ପୁରୀ କୋଣାର୍କ ଓ ଗୋପାଳପୁର ହୋଟେଲରେ ରହି ୱାର୍କ ଫ୍ରମ ହୋମ କରିବା ପାଇଁ ମଧ୍ୟ IRCTC ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରିଛି ।

Get real time updates directly on you device, subscribe now.