fbpx

ହାଇଆଲର୍ଟରେ ଦିଲ୍ଳୀ; ଅଗଷ୍ଟ ୧୫ ଯାଏଁ ବନ୍ଦ ରହିବ ଲାଲକିଲ୍ଲା

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି ନୂଆଦିଲ୍ଳୀ । ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀରେ ଡ୍ରୋନ୍ ଆକ୍ରମଣ ହେବାର ସମ୍ଭାବନା ରହିଛି । ଏହି ସୂଚନା ମିଳିବା ପରେ ଆସନ୍ତା ସ୍ୱାଧୀନତା ଦିବସ ପାଳନ ଯାଏଁ ଲାଲକିଲ୍ଲାକୁ ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାକିସ୍ତାନର କିଛି ଆତଙ୍କୀ ସଙ୍ଗଠନ ଜାତୀୟ ରାଜଧାନୀ ଦିଲ୍ଳୀରେ ବିସ୍ଫୋରଣ କରିବାକୁ ଯୋଜନା କରୁଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା ।

ନିକଟରେ ଜମ୍ମୁ କଶ୍ମୀରରେ ହୋଇଥିବା ଡ୍ରୋନ ଆକ୍ରମଣ ଶୈଳୀରେ ଏହି ଆକ୍ରମଣ ହେବାର ସମ୍ଭାବନା ଥିବା ନେଇ ଗୁଇନ୍ଦା ସୂଚନା ପ୍ରକାଶ ପାଇଛି । ଅଗଷ୍ଟ-୫ରେ ଏହି ଆକ୍ରମଣ ହେବାର ସମ୍ଭାବନା ରହିଛି । ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଏହି ଆକ୍ରମଣ କରାଯିବାର ଯୋଜନା ରହିଥିବା ନେଇ ସୂଚନା ମିଳିଛି । ଏହି ଆକ୍ରମଣକୁ ପ୍ରତିହତ କରିବା ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ମନିଟର ରୁମ ନିର୍ମାଣ କରାଯାଇଛି । ଏହା ସହିତ ଲାଲକିଲ୍ଲାକୁ ବନ୍ଦ ରଖାଯାଇଥିବା ବେଳେ ଏଠାରେ ୪ଟି ଆଣ୍ଟି ଡ୍ରୋନ୍ ସିଷ୍ଟମ କାର୍ଯ୍ୟକ୍ଷମ କରାଯାଇଛି ।

Get real time updates directly on you device, subscribe now.