fbpx
BJD SKY
BJD SKY

ଭାରତକୁ ମାଛ ରପ୍ତାନିରେ ବିଳମ୍ବ କରୁଛି ବାଂଲାଦେଶ !

BJD

ନୂଆଦିଲ୍ଲୀ:  ଭାରତରେ ଇଲିଶି ମାଛର ଚାହିଦା ଅଧିକ । ଏହା ସାଧାରଣତଃ ବାଂଲାଦେଶରୁ ଭାରତକୁ ବହୁ ପରିମାଣରେ ଇଲିଶି ମାଛ ରପ୍ତାନି କରିଥାଏ । ଏବେ ବାଂଲାଦେଶ ଇଲିଶି ମାଛର ରପ୍ତାନି କମାଇ ଦେଇଥିବା କୁହାଯାଉଛି । ଭାରତ କୋଭିଡ୍-୧୯ ଟିକା ଯୋଗାଣ ପାଇଁ ହ୍ରାସ କରି ଦେବାରୁ ବାଂଲାଦେଶ ମଧ୍ୟ ଭାରତକୁ ଇଲିଶି ମାଛ ରପ୍ତାନି ଉପରେ କଟକଣା ଜରି କରିଛି ବୋଲି କୁହାଯାଉଛି । ତେବେ ଏହା ଭାରତ ଭଳି ଅନେକ ଦେଶ ମଧ୍ୟ ସମାନ ଅବସ୍ଥା ଭୋଗୁଛନ୍ତି ।

ସୂଚନାଅନୁଯାୟୀ ବାଂଲାଦେଶରେ ପ୍ରାୟ ୧୬ ଲକ୍ଷ ଜନତା ଭାରତରେ ଉତ୍ପାଦିତ କୋଭିଡ୍-୧୯ ଟିକା ନେଇସାରିଛନ୍ତି । କିନ୍ତୁ ବର୍ତ୍ତମାନ ପରିସ୍ଥିତି ଏପରି ଯେ ଅଧିକ କରୋନା ଟିକା ଦେଇ ହେବ ନାହିଁ ବୋଲି ବାରତ ପକ୍ଷରୁ କୁହାଯାଇଛି । ଟିକାର ଯୋଗାଣ ବନ୍ଦ ଯୋଗୁଁ ଉତକ୍ଷିପ୍ତ ହୋଇ ମାଛ ରପ୍ତାନି ଉପରେ ବିଳମ୍ବ କରୁଛି । ତେବେ ସେ ଆଂଶିକ ଭାବେ ମାଛ ରପ୍ତାନି କରୁଛି ।

କିନ୍ତୁ ପଶ୍ଚିମବଙ୍ଗରେ କଟକଣା ସତ୍ତେ୍ୱ ଗତବର୍ଷ ଜମାଇ ଷଷ୍ଠୀ ପାଳନ ଅବସରରେ ୨ ଟନ ଇଲିଶି ମାଛ ଆମଦାନୀ ନିମନ୍ତେ ଶେଖ୍ ହସିନା ସରକାର ସ୍ୱତନ୍ତ୍ର ଅନୁମତି ଦେଇଥିବା ଜଣାପଡିଛି । କିନ୍ତୁ ବିଶେଷଜ୍ଞଙ୍କ ମତରେ ଟିକା ପାଇଁ ଇଲିଶି ରପ୍ତାନି ଉପରେ ଲଗାଇବା କଥା ଭୁଲ । କାରଣ ଦୁଇ ଦେଶ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କରେ ଇଲିଶି ମାଛର ସେଭଳି କିଛି ପ୍ରଭାବ ପକାଇବ ନାହିଁ ।

Get real time updates directly on you device, subscribe now.