fbpx

ଶହେ ଉପରେ ପେଟ୍ରୋଲ୍, ଡିଜେଲ୍ ମୂଲ୍ୟ ଛୁଇଁବ ଶତକ!

ମୁମ୍ବାଇ(ଓଡ଼ିଶା ଭାସ୍କର): ମହାମାରୀ କରୋନା ପାଇଁ ସାରା ଦେଶରେ ଦୀର୍ଘଦିନ ଧରି କଟକଣା ଲାଗୁ ହୋଇଛି । ବିଭିନ୍ନ ରାଜ୍ୟରେ ଲକଡାଉନ୍ ଓ ଶଟଡାଉନ୍ ପାଇଁ ଯାନବାହାନ ଚଳାଚଳ ବନ୍ଦ ରହିଛି । କିନ୍ତୁ ହୁ ହୁ ହୋଇ ବଢ଼ି ଚାଲିଛି ପେଟ୍ରୋଲ୍ ଦର । ଦେଶରେ ପେଟ୍ରୋଲ୍ ଲିଟର୍ ପିଛା ଶହେ ଟଙ୍କା ପାର କରିସାରିଲାଣି । ଫଳରେ ଜରୁରିକାଳୀନ ସେବା ଉପରେ ଏହା ଖୁବ୍ ପ୍ରଭାବ ପକାଉଛି । କେତେକ ରାଜ୍ୟରେ ଲକଡାଉନ୍ କୋହଳ କରାଯାଉଥିବାବେଳେ ସାଧାରଣ ଜନତା ଏହି ପେଟ୍ରୋଲ୍ ଦର ବୃଦ୍ଧିକୁ ସହ୍ୟ କରିବା ଅବସ୍ଥାରେ ଆଉ ନାହାନ୍ତି ।

ସଦ୍ୟତମ ସୂଚନା ଅନୁସାରେ ଗୁରୁବାର ମୁମ୍ବାଇରେ ପେଟ୍ରୋଲ୍ ଦର ଟ୧୦୩.୮୯ପ ହୋଇଥିବାବେଳେ ଡିଜେଲ୍ ୯୫.୭୯ରେ ପହଞ୍ଚିଛି । ସେହିପରି ନୂଆଦିଲ୍ଲୀରେ ପେଟ୍ରୋଲ୍ ୯୭ଟଙ୍କା ୭୬ ପଇସା ଲିଟର୍ ପିଛା ହୋଇଥିବାବେଳେ ଡିଜେଲ୍ ଦର ରହିଛି ୮୮.୩୦ ଟଙ୍କା । ଚେନ୍ନାଇରେ ପେଟ୍ରୋଲ୍ ୯୮.୮୮ ଓ ଡିଜେଲ୍ ୯୨.୮୯ ଏବଂ କୋଲକାତାରେ ଯଥାକ୍ରମେ ୯୭.୬୩ ଓ ୯୧.୧୫ ଲିଟର ପିଛା ଦର ରହିଛି ।

ବିଶ୍ୱସ୍ତରରେ ଅଶୋଧିତ ତୈଳଦର ବୃଦ୍ଧି ଏକ ପ୍ରମୁଖ କାରଣ ବୋଲି କୁହାଯାଉଥିବାବେଳେ ଏହାକୁ ସାଧାରଣ ଜନତା ସହଜରେ ଗ୍ରହଣ କରିପାରୁନାହାନ୍ତି । ସେହିପରି କଂଗ୍ରେସ ଦଳ ପକ୍ଷରୁ ତେଲ ଦର ବୃଦ୍ଧିର ଘୋର ପ୍ରତିବାଦ କରାଯାଉଛି ଏବଂ ସରକାରଙ୍କୁ ସମାଲୋଚନା କରୁଛି ଦଳ ।

Get real time updates directly on you device, subscribe now.