fbpx
BJD SKY
BJD SKY

ଧଳା ବାଘକୁ ପୋଷ୍ୟ ଭାବରେ ଗ୍ରହଣ କଲେ ରାହୁଲ ଗାନ୍ଧୀ

BJD

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ତାଙ୍କର ୫୧ତମ ଜନ୍ମଦିନ ଅବସରରେ ବିଜୟନଗରର କଂଗ୍ରେସ କର୍ମୀମାନେ ମିଶି ଏକ ସୁନ୍ଦର ଉପହାର ଦେଇଛନ୍ତି । ତେବେ ସେଠାକାର କଂଗ୍ରେସ କର୍ମୀ ମାନେ ହାମ୍ପିସ୍ଥିତ ଅଟଳ ବିହାରୀ ବାଜପେୟୀ ପ୍ରାଣୀ ଉଦ୍ୟାନରେ ଥିବା ଅର୍ଜୁନ ନାମକ ଏକ ଧଳା ବାଘକୁ ୧ ବର୍ଷ ପାଇଁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । ଏହି ଧଳା ବାଘକୁ ରାହୁଲ ଗାନ୍ଧୀଙ୍କ ନାମରେ ପୋଷ୍ୟ ଭାବରେ ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ଆଉ ସେହି ବାଘ ପାଇଁ କର୍ମୀମାନେ ମିଶି ୧ ଲକ୍ଷ ଟଙ୍କା ଜମା ମଧ୍ୟ କରିଛନ୍ତି ।

ବେଲ୍ଲାରୀ ଏବଂ ବିଜୟନଗର ଗ୍ରାମୀଣ ଯୁବ କଂଗ୍ରେସ ଶାଖାର ସଭାପତି ସିଦ୍ଦୁ ହାଲେଗୌଡ଼ା ଏବଂ ତାଙ୍କ ବନ୍ଧୁଗଣ ବାଘଟିକୁ ପୋଷ୍ୟରୂପେ ଗ୍ରହଣ କରିବା ଲାଗି କର୍ଣ୍ଣାଟକର ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ନିକଟରେ ଜୁନ୍ ୧୯ ତାରିଖ ଦିନ ୧ଲକ୍ଷ ଟଙ୍କା ଦାଖଲ କରିଛନ୍ତି।

ହାଲେଗୌଡ଼ାର ଅଧିକାରୀ ମାନେ କହିଛନ୍ତି ଯେ, ପୋଷ୍ୟ ଭାବରେ ଗ୍ରହଣ କରାଯିବା ପ୍ରକ୍ରିୟା ସାଧାରଣତଃ ଅନଲାଇନ୍ ହୋଇଥାଏ ଏବଂ ଖୁବ୍ ଶୀଘ୍ର ଏନେଇ ପ୍ରମାଣପତ୍ର ଜାରି କରାଯିବ । ଧଳା ବାଘକୁ ପୋଷ୍ୟ ଭାବରେ ଗ୍ରହଣ କରିବା ପରେ କଂଗ୍ରେସ ନେତା ତାକୁ ଦେଖିବାକୁ ଚାହୁଁଥିଲେ ତେଣୁ ତାଙ୍କୁ ଅଳ୍ପ ସମୟର ଭ୍ରମଣ ପାଇଁ ଅନୁମତି ଦିଆଯାଇଥିଲା ବୋଲି କହିଛନ୍ତି ପ୍ରାଣୀ ଉଦ୍ୟାନର ଅଧିକାରୀ ।

 

Get real time updates directly on you device, subscribe now.