fbpx
BJD SKY
BJD SKY

ଘରେ ବିଲେଇ ଆସିବା କେତେ ଶୁଭ ? ଜାଣନ୍ତୁ ଏହି ସଙ୍କେତରୁ…

BJD

ଓଡ଼ିଶା ଭାସ୍କର: ଅଧିକାଂଶ ବ୍ୟକ୍ତିମାନେ ବିଲେଇକୁ ପୋଷା ଭାବେ ରଖିବା ପସନ୍ଦ କରିଥାନ୍ତି । ବେଳେ ବେଳେ ଯେଉଁମାନେ ବିଲେଇ ରଖନ୍ତି ନାହିଁ ସେମାନଙ୍କ ଘରକୁ ମଧ୍ୟ ବିଲେଇ ଆସିଥାଏ । କୌଣସି ବିଲେଇ ବିଶେଷ କରି କଳା ବିଲେଇ ରାସ୍ତା କାଟିବା ଅଶୁଭ ହୋଇଥାଏ । ଏହା ଜୀବନରେ ବଡ଼ ବିପଦର ପ୍ରତୀକ ଅଟେ । ସାଧାରଣତଃ ବିଲେଇକୁ ନେଇ ଅନେକ ଅନ୍ଧବିଶ୍ୱାସ ଜଡ଼ିତ । ତେବେ ଆସନ୍ତୁ ଜାଣିବା ଘରେ ବିଲେଇ ଆସିବା ସହ କ’ଣ ଶୁଭ ଅଶୁଭ ସଙ୍କେତ ଜଡ଼ିତ ରହିଛି ।

୧. ଘରେ ବିଲେଇ ଛୁଆ ଜନ୍ମ: ଘରେ ବିଲେଇ ଛୁଆ ଜନ୍ମ ହେବା ଏକ ଶୁଭ ସଙ୍କେତ ଅଟେ । ଏହାର ଅର୍ଥ ଖୁବ୍ ଶୀଘ୍ର ଆପଣଙ୍କ ଘରେ କୌଣସି ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ ।

୨. ଘରେ ବିଲେଇ କାନ୍ଦିବା: କୌଣସି ଶୁଭ କାର୍ଯ୍ୟ ପୂର୍ବରୁ ବିଲେଇ କାନ୍ଦିବା ଶୁଣିଲେ ଅଶୁଭ ସଙ୍କେତକୁ ସୂଚାଇଥାଏ । ତେବେ କ୍ରମାଗତ କିଛି ଦିନ ବିଲେଇ କାନ୍ଦିବାର ଆୱାଜ ଶୁଣିଲେ କୌଣସି ବଡ଼ ବିପଦର ପୂର୍ବାନୁମାନ ହୋଇପାରେ ।

୩. ଘରେ ବିଲେଇ ମରିଯିବା: ଆପଣଙ୍କ ଘରେ ବିଲେଇ ମରିବା ଅଶୁଭ ହୋଇଥାଏ । ଏହା ବ୍ୟତୀତ ନିଜେ ବିଲେଇକୁ ମାରିବା ଭୁଲ କରନ୍ତୁ ନାହିଁ । ଏହା ଆପଣଙ୍କ ଜୀବନରେ ସଙ୍କଟ ଆଣିପାରେ ।

୪. ବିଲେଇ ଝଗଡ଼ା କରିବା: ଘରେ ବିଲେଇ ଝଗଡ଼ା କରିଲେ ପାରିବାରିକ ସମ୍ପର୍କରେ ଅଶାନ୍ତି ବୃଦ୍ଧି ପାଇବା ସହ ଫାଟ ସୃଷ୍ଟି ହୋଇଥାଏ ।

୫. ଧଳା ରଙ୍ଗର ବିଲେଇ: ଘରେ ଧଳା ରଂଗର ବିଲେଇ ଆସିଲେ ଶୁଭ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ଘରୁ ନକାରାତ୍ମକ ଶକ୍ତି ଦୂରେଇଯିବା ସହ କୌଣସି ଶୁଭ ଖବର ମିଳିବାର ସମ୍ଭାବନା ବୃଦ୍ଧି କରିଥାଏ ।

୬. କଳା ରଂଗର ବିଲେଇ: ଘରେ କଳା ରଂଗର ବିଲେଇ ଆସିବା ଅଶୁଭ । ଏହା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ବୋଲି ଅନ୍ଧବିଶ୍ୱାସ ରହିଛି । ଅପରପକ୍ଷରେ ଯଦି ଘରେ ହଠାତ କଳା ବିଲେଇ ଦେଖାଯାଏ ତେବେ ଏହା ଶୁଭ ହୋଇଥାଏ ।

 

Get real time updates directly on you device, subscribe now.