fbpx

ଅନେକ ଥର ସଫା କରିବା ପରେ ଫେଡ୍ ହୋଇଯାଉଛି କି ଜିନ୍ସର ରଂଗ ? ଆପଣାନ୍ତୁ ଏହି ଟିପ୍ସ

Advertisement

ଓଡ଼ିଶା ଭାସ୍କର: ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ ଜିନ୍ସ ଏକ ଫ୍ୟାଶନ୍ ଭାବେ ଉଭା ହୋଇଛି । ଜିନ୍ସ କୁଲ୍ ଲୁକ୍ ଦେବା ସହ ଅରାମଦାୟକ ହୋଇଥିବାରୁ ଅଧିକାଂଶ କର୍ମଜୀବି ଏହାକୁ ପରିଧାନ କରିବାକୁ ପସନ୍ଦ କରିଥାନ୍ତି । ବେଳେ ବେଳ ସଠିକ୍ ଭାବରେ ଜିନ୍ସର ଦେଖାଶୁଣା ନ କଲେ ଏହାର ରଂଗ ଶୀଘ୍ର ଫେଡ୍ ହୋଇଥାଏ ଏବଂ ପୁରୁଣା ଦେଖାଯାଏ । ଜିନ୍ସ ଫେଡ୍ ହେବାର ମୁଖ୍ୟ କାରଣ ହେଉଛି ଏଥିରେ ବ୍ୟବହାର ହୋଇଥିବା ଡାଇ । ବାସ୍ତବରେ ଡେନିମ୍ ଫେବ୍ରିକକୁ ଡାଇରେ ଭିଜାଯାଏ ଏହାପରେ ଶୁଖାଯାଏ । ଅକ୍ସିଡାଇଜେସନ୍ ପ୍ରସେସ୍ କାରଣରୁ ରଂଗ ଫାଇବର ସହ ମିଳେଇଯାଏ । ଡେନିମର ସୂତା ମୋଟା ହୋଇଥିବାରୁ ଡାଇ ସମ୍ପୂର୍ଣ୍ଣ ଭିତର ପର୍ଯ୍ୟନ୍ତ ପହଂଚିନଥାଏ । ତେଣୁ ଜିନ୍ସର ରଂଗ ଫେଡ୍ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଜିନ୍ସ ଧୋଇବାର ସଠିକ ପ୍ରକ୍ରିୟା ବିଷୟରେ ।

୧. ଆପଣ ନୂତନ ଜିନ୍ସ ସଫା କରିବାକୁ ଯାଉଥିଲେ ପ୍ରଥମେ ଏହାର ଟ୍ୟାଗରେ ଦେଇଥିବା ଇନ୍ସଷ୍ଟ୍ରକସନ୍ ବିଷୟରେ ଠିକରେ ପଢ଼ି ନିଅନ୍ତୁ । ଏହା ମେଶିନ୍ ୱାଶ୍ ନା ହ୍ୟାଣ୍ଡ୍ ୱାଶ୍‌, କେଉଁ ପାଣିରେ ଧୋଇବେ, ଛାଇରେ ଶୁଖାଇବେ ନା ଖରାରେ ଇତ୍ୟାଦି ବିଷୟରେ ଉଲ୍ଲେଖ ରହିଥାଏ ।

୨. ସବୁବେଳେ ହାଲୁକା ଡିଟର୍ଜେଣ୍ଟରେ ଜିନ୍ସ ସଫା କରିବା ଉଚିତ । ବିଶେଷ କରି ଏପରି ଡିଟର୍ଜେଣ୍ଟ ବ୍ୟବହାର କରନ୍ତୁ । ନଚେତ୍ ରଂଗ ଛାଡ଼ିବାର ଭୟ ରହିଥାଏ ।

୩. ଏକ୍ସପର୍ଟସଙ୍କ ଅନୁଯାୟୀ ଜିନ୍ସକୁ ସବୁବେଳେ ଥଣ୍ଡା ପାଣିରେ ସଫା କରିବା ଉଚିତ । ବାସ୍ତବରେ ଗାଢ଼ା ରଂଗର ଜିନ୍ସକୁ ଗରମ ପାଣିରେ ଧୋଇଲେ ସେଥିରେ ଭାଙ୍ଗ ପଡ଼ିଯାଏ ।

୪. ଜିନ୍ସ ସଫା କରିବା ପୂର୍ବରୁ ଏହାକୁ ଓଲଟାଇ ସଫା କରନ୍ତୁ । ଏହା ଦ୍ୱାରା ଜିନ୍ସ ଶୀଘ୍ର ନଷ୍ଟ ହୋଇନଥାଏ । ଏକ୍ସପର୍ଟଙ୍କ କହିବାନୁଯାୟୀ ୱାଶିଂ ମେସିନ୍ ପରିବର୍ତ୍ତେ ହାତରେ ଜିନ୍ସ ସଫା କରିବା ଉଚିତ । ଏହା ଦ୍ୱାରା ରଂଗ ଫେଡ୍ ହେବାର ରିସ୍କ ଦୂରେଇଥାଏ । ତେବେ ମେଶିନରେ ଜିନ୍ସ ସଫା କରିଲେ ଇନ୍ସଷ୍ଟ୍ରକସନ ଫଲୋ କରନ୍ତୁ ।

୫. ଜିନ୍ସକୁ ବାରମ୍ବାର ସଫା କରିବା ଠାରୁ ଦୂରେଇ ରୁହନ୍ତୁ । ମାସରେ ଅତିକମରେ ୧ରୁ ୨ ଥର ପିନ୍ଧିବା ପରେ ଜିନ୍ସ ସଫା କରିପାରିବେ ।

 

Get real time updates directly on you device, subscribe now.